ବିଶେଷଜ୍ଞ କମିଟି (ଶିଶୁ ସୁରକ୍ଷା) ସୋନପୁର ଓ ବୀରମହାରାଜପୁର ଉପ କାରାଗାର ପରିଦର୍ଶନ

0
150
ବିଶେଷଜ୍ଞ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୨୬/୯) : ଓଡ଼ିଶା ସରକାରଙ୍କ ଗୃହ ବିଭାଗ ଦ୍ୱାରା ମନୋନୀତ ବିଶେଷଜ୍ଞ କମିଟି (ଶିଶୁ ସୁରକ୍ଷା) ଓ ସୁବର୍ଣ୍ଣପୁର ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଆଜି ଉପକାରାଗାର ସୋନପୁର ଓ ବୀରମହାରାଜପୁର ପରିଦର୍ଶନ କରିଛନ୍ତି lWhatsApp Image 2022 09 26 at 9.31.38 PM ବିଶେଷଜ୍ଞ କମିଟି (ଶିଶୁ ସୁରକ୍ଷା) ସୋନପୁର ଓ ବୀରମହାରାଜପୁର ଉପ କାରାଗାର ପରିଦର୍ଶନ

ଜିଲ୍ଲା ଆଇନ ସେବା ପ୍ରାଧିକରଣ ସମ୍ପାଦିକା କୁମୁଦିନୀ ମୁଦୁଲିଙ୍କ ତତ୍ତ୍ୱାବଧାନରେ କମିଟିର ସଦସ୍ୟ ପ୍ରଫେସର ନୀଳାମ୍ବର ଶତପଥି, ରାଜୀବ ଲୋଚନ ଗୁରୁ ଓ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ର ଆଇନ ଅଧିକାରୀ ଶ୍ରୀ କେଶବ ଚନ୍ଦ୍ର ମେହେର ପ୍ରମୁଖ ବିଶେଷଜ୍ଞ କମିଟି ଉକ୍ତ ଉପକାରାଗାର କୁ ପରିଦର୍ଶନ କରିଥିଲେ l

ଏହି ଅବସରରେ କମିଟି ପକ୍ଷରୁ କାରାଗାରର ଅନ୍ତେବାସୀ ଙ୍କ ସହିତ ବିଭିନ୍ନ ବିଷୟରେ ଆଲୋଚନା କରିବା ସହିତ ଆଇନ ବ୍ୟବସ୍ଥା କୁ ନେଇ ଆଇନ ସହ ଦ୍ଵନ୍ଦରେ ଥିବା ଶିଶୁ ଙ୍କୁ ଚିହ୍ନଟ କରାଯାଇଥିଲା କିନ୍ତୁ ଏଥିରେ କୌଣସି ଆଇନ ସହ ଦ୍ଵନ୍ଦରେ ଥିବା ଶିଶୁ ପାଇ ନ ଥିଲେ l ଉକ୍ତ ପରିଦର୍ଶନ ସମୟରେ ଅନ୍ତେବାସୀଙ୍କ ସହିତ ଏକ ସଚେତନତା କାର୍ଯ୍ୟକ୍ରମ ମଧ୍ୟ କରାଯାଇଥିଲା l ଉଭୟ ଉପ କାରାଗାର ତଥା ସୋନପୁର କାରାଗାର ର ଭାରପ୍ରାପ୍ତ ଅଧ୍ୟକ୍ଷ ଡିଲେଶ୍ଵର ଜେନା ଓ ବୀରମହାରାଜପୁର କାରାଗାର ର ଅଧ୍ୟକ୍ଷା ଅଞ୍ଜଳି ପଟେଲ ପରିଦର୍ଶନ ସମୟରେ ଉପସ୍ଥିତ ରହି ଉକ୍ତ କମିଟି କୁ ସହଯୋଗ କରିଥିଲେ l