ମର୍ମନ୍ତୁଦ ସଡକ ଦୁର୍ଘଟଣା, ଦୁଇ ମୃତ

0
83
ମୃତ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଖୋର୍ଦ୍ଧା, (୨୧/୦୩) : ଦୁର୍ଘଟଣାର ଦିନ । ଖୋର୍ଦ୍ଧା ପିତାପଲ୍ଲୀ ଛକରେ ଟ୍ରକକୁ ପଛ ପଟୁ ଧକ୍କା ଦେଲା ପିକଅପ ଭ୍ୟାନ ।ଦୁର୍ଘଟଣା ରେ ଦୁଇ ମୃତ୍ୟୁ ବରଣ କରିଥିବା ଜଣାପଡିଛି ।

ନୂଆପଡା ବୋଡେନ ଥାନା ବିରେସକେଲାରେ ନିର୍ମାଣଧୀନ ସେତୁକୁ ପିଟିଲା ଆମ୍ଵୁଲାନ୍ସ । ଜଣେ ମୃତ, ତିନି ଗୁରୁତର । ବୌଦ୍ଧ ପୁରୁଣା କଟକ ଥାନା ଚାରିଛକ ନିକଟରେ ବସ-ଟ୍ରକ ଧକ୍କା, ୧୦ ଆହତ । ଆଜି ରାଜ୍ୟର ବିଭିନ୍ନ ସ୍ଥାନରୁ ଦୁର୍ଘଟଣା ଖବର ସାମ୍ନାକୁ ଆସିଛି । ଯାହାକୁ ଦୃଷ୍ଟିରେ ରଖି ଦୁର୍ଘଟଣାର ଦିନ ବୋଲି କହିଲେ ଅତୁକ୍ତି ହେବ ନାହିଁ । ଭିନ୍ନ ଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ପ୍ରକାରର ଦୁର୍ଘଟଣା ଘଟିଛି ।