ଦଶମ ଶ୍ରେଣୀ ପରୀକ୍ଷା ୫ ମିନିଟ ପୂର୍ବରୁ ପ୍ରଶ୍ନପତ୍ର ଭାଇରାଲ

0
102
ଦଶମ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୨୦/୦୩) : ମୋବାଇଲରୁ ମୋବାଇଲକୁ ବୁଲୁଛି ଦଶମ ଶ୍ରେଣୀ ପ୍ରଶ୍ନପତ୍ର । ଆଜି ଶେଷ ଦିନ ପରୀକ୍ଷା ଥିବାବେଳେ ଗଣିତ ପରୀକ୍ଷା ଥିଲା ।

ଦଶମ ଶ୍ରେଣୀ ପରୀକ୍ଷା ଆରମ୍ଭ ହେବାର ୫ ମିନିଟ ପୂର୍ବରୁ ପ୍ରଶ୍ନ ପତ୍ର ଭାଇରାଲ ହେବ‍ାରେ ଲାଗିଛି । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲା ବିନିକା ଅଞ୍ଚଳରେ । ଗଣିତ ପ୍ରଶ୍ନପତ୍ର ସେଟ -ଡି ରେ ୩୫ ରୁ ୪୩ ନମ୍ବର ପର୍ଯ୍ୟନ୍ତ ପ୍ରଶ୍ନପତ୍ର ମୋବାଇଲ ରେ ଘୁରି ବୁଲୁଥିଲା । ତେବେ କେଉଁ ବିଦ୍ୟାଳୟର ତାହା ଭାଇରଲ ହୋଇଛି ତାହା ସ୍ପଷ୍ଟଭାବେ ଜଣାପଡି ନାହିଁ । ଆଜି ସକାଳ ୮ ଟା ରୁ ପରୀକ୍ଷା ଆରମ୍ଭ ହେଇଥିବା ବେଳେ ସକାଳ ୦୭ .୪୫ ମିନିଟ ସମୟରୁ ଭାଇରାଲ ହୋଇଥିଲା । ପରୀକ୍ଷା ସରିବା ପରେ ଛାତ୍ର ଛାତ୍ରୀ ମାନଙ୍କ ପ୍ରଶ୍ନପତ୍ର ରେ ତାହା ମିଳାଇବା ପରେ ସମାନ ରହିଥିବା ଦେଖିବାକୁ ମିଳିଥିଲା ।

ଆଜି ଜିଲ୍ଲାପାଳ ଙ୍କ ଅଭିଯୋଗ ଶୁଣାଣୀ ଶିବିର ରେ ଜିଲ୍ଲାପାଳ ଆବୋଲି ସୁନୀଲ ନରୱାଣେ ଙ୍କୁ ଏ ସମ୍ପର୍କରେ ପଚାରିବାରୁ ସେ ପ୍ରତିକ୍ରିୟା ଦେବାକୁ ମନା କରି ଦେଇଥିଲେ । ଅନ୍ୟପକ୍ଷରେ ଜିଲ୍ଲା ଶିକ୍ଷାଅଧିକାରୀ ଲକ୍ଷ୍ମଣ ଭୋଇ ଙ୍କୁ ପଚାରିବାରୁ ମୋ ପାଖରେ ସେମିତି କିଛି ଖବର ନାହିଁ ପରୀକ୍ଷା ସୁରୁଖୁରୁରେ ସରିଛି ବୋଲି ପ୍ରତିକ୍ରିୟା ଦେଇଥିଲେ । ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ର ଲିକ ହେବା ଏହା ଛାତ୍ର ଛାତ୍ରୀ ଙ୍କ ଭବିଷ୍ୟତ ସହ ଖେଳାଯାଉଛି ବୋଲି ଅବିଭାବକ ମହଲରେ ଅଭିଯୋଗ ହେଉଛି । ଏହା କେଉଁ ବିଦ୍ୟାଳୟ ରୁ ଭାଇରଲ ହୋଇଛି ତାହା ର ଉଚ୍ଚ ସ୍ତରୀୟ ତଦନ୍ତ ସହ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅବିଭାବକ ମହଲରେ ଦାବି ହେଉଛି ।