୨୨ରୁ ଉର୍ଦ୍ଧ୍ୱ ଗାଈ ଉଦ୍ଧାର

0
91
ଉଦ୍ଧାର

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ବ୍ରହ୍ମପୁର, (୨୧/୦୩) : ବେଆଇନ ଗୋରୁ ବୋଝେଇ ଗାଡି ଜବତ । ୨୨ରୁ ଉର୍ଦ୍ଧ୍ୱ ଗାଈ ଉଦ୍ଧାର ।

ଗତକାଲି ମଧ୍ୟରାତ୍ରି ସମୟରେ ବ୍ରହ୍ମପୁର ଆଙ୍କୁଲି ଓଭରବ୍ରିଜ ଏବଂ କନିଷି ନିକଟରେ ୪ଟି ଗାଡିରେ ଗୋ ଚାଲାଣ ହେଉଥିବା ବେଳେ ଖବର ପାଇ ବଜରଙ୍ଗ ଦଳ ପିଛା କରି ଗାଡି ଗୁଡିକୁ ଧରିବାରେ ସଫଳ ହୋଇଥିଲେ । ଏହା ପରେ ବିଏନପୁର ଥାନାକୁ ଜଣାଇବା ପରେ ପୋଲିସ ଆସି ଗାଡି ଗୁଡିକ ଜବତ କରିବା ସହ ଉଦ୍ଧାର ହୋଇଥିବା ଗାଈ ଗୁଡିକୁ ବିଶ୍ୱ ହିନ୍ଦୁ ପରିଷଦ ଗୋ-ଶାଳା ରେ ଛଡା ଯାଇଛି । ଏହି ଘଟଣା ରେ ତିନି ଜଣଙ୍କୁ ଅଟକ ରଖିଛି ପୋଲିସ । ଏହି ସବୁ ଗାଡି ଆନ୍ଦ୍ରପ୍ରଦେଶର ବୋଲି ଜଣାପଡିଛି ।