ସିପି ଆଇ (ଏମ ଏଲ ) ଲିବରେସନର ଗଣ ବିକ୍ଷୋଭ ଓ ଧାରଣା

0
141
ସିପି ଆଇ

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣୁପୁର, (୨୪/୦୩) : ଆଜି ସିପି ଆଇ(ଏମଏଲ) ଲିବରେସନ ରାମନାଗୁଡା ବ୍ଲକ କମିଟି ପକ୍ଷରୁ ଭଗତ ସିଂ , ରାଜଗୁରୁ, ସୁକଦେବଙ୍କ ୬୯ ବର୍ଷ ଶ୍ରଦ୍ଧାଞ୍ଜଳି ଦିବସ ରେ ଖିଲାପଦର ଛକ ଠାରୁ ଏକ ବିଶାଳ ଶୋଭାଯାତ୍ରା ବାହାରି ରାମନାଗୁଡା ବ୍ଲକ ଓ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଓ ଧାରଣା ଦିଆଯାଇଛି ।

ସିପି ଆଇ (ଏମ ଏଲ ) ଲିବରେସନର ଗଣ ବିକ୍ଷୋଭ ଓ ଧାରଣା । ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ତହସିଲଦାରଙ୍କୁ ୧୮ ଦଫା ଦାବୀ ସ୍ମାରକ ପତ୍ର ପ୍ରଦାନ କରାଯାଇଛି । ସରକାରଙ୍କ ନିକଟରେ କରିଥିବା ମୂଖ୍ୟ ଦାବି ସମୁହ ହେଲା, ଗୁଣପୁର ଉପଖଣ୍ଡକୁ ଜିଲ୍ଲା ଘୋଷଣା କରିବା, ଗୁଲୁନ୍ତି ପଞ୍ଚାୟତର ତାମିଲ ଗୁଡା ଗାଁ’ର ଆଦିବାସୀ ମାନେ ଆଜକୁ ୫୦ ବର୍ଷ ଧରି ଭୋଗ ଦଖଲ କରି ଆସୁଥିବା ୧୦ ଏକର ଜମିକୁ ଆଦିବାସୀ ମାନଙ୍କ ମଧ୍ୟରେ ଜମିର ପଟା ଅତିଶୀଘ୍ର ଯୋଗାଇ ଦେବା, ରାମନାଗୁଡା ବ୍ଲକ ନିକଟ ତାମିଲିଗୁଡା ନାଳ ରେ ଝୁଲା ବ୍ରିଜ ଏବଂ ଲହରୀ ଗାଡା ନାଳ କୁ ଜଳପ୍ରକଳ୍ପ କରି ଛାଷିଙ୍କୁ ଜଳ ସେଚନ ଯୋଗାଇ ଦେବା, ଆନ୍ଧ୍ର ଜମିଦାର ମାନେ ଆଦିବାସୀ ମାନଙ୍କ ଭୋଗ ଦଖଲ କରିଥିବା ୨୦୦ ଏକର ଜମିକୁ ବେଆଇନ ରେଜେଷ୍ଟ୍ରି କରି ହଡପ କରିବା ଉକ୍ତ ଜମିକୁ କ୍ରାଇମବ୍ରାଞ୍ଚ ତଦନ୍ତ କରି ଉକ୍ତ ଜମି ଆଦିବାସୀ ମାନଙ୍କ ମଧ୍ୟରେ ବଣ୍ଟନ କରିବା ।

ଗୋଗୁପାଚୁ ପଞ୍ଚାୟତ ର କେରାଣ୍ଡି ଗୁଡା ଠାରେ ଭାଙ୍ଗି ଯାଇଥିବା ବ୍ରିଜ କୁ ଅତି ଶୀଘ୍ର ମରାମତି କରିବା , ଜଗଂଲ ଅଧିକାର ଆଇନ ୨୦୦୬ ଓ ଗ୍ରାମସଭାକୁ ଅକାମୀ କରିଦେବାକୁ ହେଉଥିବା ଚକ୍ରାନ୍ତକୁ ବନ୍ଦ କରିବା ସହ ୨୦୨୦ ଜଗଂଲ ସଂରକ୍ଷଣ ଆଇନ ପ୍ରତ୍ୟାହାର କରିବା, ସୌରା ଭାଷା ଓ ଲିପି କୁ ସମ୍ବିଧାନି ଅଧିକାର ଦେବା ,ରାମନାଗୁଡା ବ୍ଲକ ରେ ଆଦିବାସୀ ମାନଙ୍କ ପାଇଁ ଟି ଡି ସି ସି କେନ୍ଦ୍ର ଖୋଲି ଜଗଂଲଜାତ ଦ୍ରବ୍ୟ ମହୁଲ , ତେନ୍ତୁଳି , ଝୁଣା, ଛାଞ୍ଚୁଣି କିଣିବା ବ୍ୟବସ୍ଥା କରିବା, ରାମନାଗୁଡା ରେ ବସଷ୍ଟାଣ୍ଡ ସମ୍ପୁର୍ଣ୍ଣ କରିବା ସହ ଶୌଚାଳୟ କରିବା ଆଦି ୧୮ ଦାବି ଉପସ୍ଥାପନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ତ୍ରିପତି ଗମାଙ୍ଗ ପତିଚଳନା କରିଥିବା ବେଳେ, ବୃନ୍ଦାବନ ବିଡିକା , ଅନାସିମ ଶବର, ସମ୍ଭରା ଶବର , ମୋଜେସ ଶବର, ଦାସୁରୁ ବିଡିକା, ରମେଶ ବିଡିକା, ରାମଦାସ ନିମାଲା , ଶରତ ଶବର ପ୍ରମୂଖ ସହଯୋଗ କରିଥିଲେ ।