ଘୁମୁସର ଜିଲ୍ଲା ମାନ୍ୟତା ଦାବିରେ ବନ୍ଦ ଡାକରା

0
95
ଘୁମୁସର

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ବ୍ରହ୍ମପୁର, (୨୭/୦୩) : ଆଜି ୧୨ ଘଣ୍ଟିଆ ଭଞ୍ଜନଗର ବନ୍ଦ । ଘୁମୁସର ଜିଲ୍ଲା ମାନ୍ୟତା ଦାବିରେ ୧୨ ଘଣ୍ଟିଆ ଭଞ୍ଜନଗର ବନ୍ଦ ଡାକରା ଦିଆଯାଇଛି ।

ଘୁମୁସର ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ସକାଳ ୬ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ପାଳନ ପାଇଁ ଆହ୍ବାନ ଦିଆଯାଇଛି । ଘୁମୁସର ଜିଲ୍ଲା ଦାବିରେ ଆଜି ପ୍ରାୟ ୪୦ ସଂଗଠନ ଏଥର ସାମିଲ ହୋଇ ସକାଳ ୬ ଟାରୁ ପିକେଟିଂ ଆରମ୍ଭ କରିଦେଇଛନ୍ତି । ଯାନବାହାନ ଗମନାଗମନ ବନ୍ଦ ରହିବା ସହ ସମସ୍ତ ଦୋକାନ ବଜାର ବନ୍ଦ ରହିଛି । ଫଳରେ ଯାତ୍ରୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଜୀବନ ଯାତ୍ରା ଏକ ପ୍ରକାର ଠପ୍ ହୋଇଯାଇଛି । ଏହି ବନ୍ଦକୁ କଂଗ୍ରେସ, ବିଜେପି, ସାମାଜିକ ସଂଗଠନ ଓ ସାମ୍ବାଦିକ ସଂଘ ସମର୍ଥନ କରିଛନ୍ତି । ଏହି ବନ୍ଦରେ ସ୍କୁଲ, କଲେଜ ଓ ଜରୁରୀକାଳିନ ସେବାକୁ ବାଦ ଦିଆଯାଇଛି ।