୨୯ ଯାଏଁ ବର୍ଷା ସମ୍ଭାବନା, ୧୩ ଜିଲ୍ଲାକୁ ୟେଲୋ ଆଲର୍ଟ

0
102
୨୯

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର, (୨୭/୦୩) : ରାଜ୍ୟରେ ପୁଣି ସକ୍ରିୟ ହୋଇଛି ପଶ୍ଚିମାଝଡ଼ । ୨୯ ଯାଏଁ ବର୍ଷା ସମ୍ଭାବନା । ୧୩ ଜିଲ୍ଲାରେ ବଜ୍ରପାତ ସହ ଝଡ଼ ବର୍ଷାର ଆଶଙ୍କା ନେଇ ସତର୍କତା ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର

ଏହି ସମୟରେ ଅନେକ ସ୍ଥାନରେ ପବନର ବେଗ ମଧ୍ୟ ଅଧିକ ରହିବ ବୋଲି ଆକଳନ କରାଯାଇଛି । କିଛି ସ୍ଥାନରେ ଘଣ୍ଟା ପ୍ରତି ୪୦ ରୁ ୫୦ କିମି ବେଗରେ ପବନ ବହିପାରେ । ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ମାର୍ଚ୍ଚ ୨୯ ଯାଏଁ ବର୍ଷା ସମ୍ଭାବନା ରହିଛି । ତେବେ ୩୦ ରେ ଆଉ ଏକ ପଶ୍ଚିମା ଝଡ଼ ଆସୁଥିବା ନେଇ ଅନୁମାନ କରାଯାଉଛି । ଅପରପକ୍ଷେ ଝଡ଼ ବର୍ଷା ଓ ବଜ୍ରପାତ ପାଇଁ ସତର୍କ ରହିବାକୁ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି SRC । ଲୋକଙ୍କୁ ସଚେତନ କରିବା ସହ ଅଘଟଣ ଏଡ଼ାଇବାକୁ ପଦକ୍ଷେପ ନେବାକୁ ପରାମର୍ଶ ଦିଆଯାଇଛି ।