ଦୁର୍ଦ୍ଦାନ୍ତ ଅପରାଧୀ ଜିତୁ ପଲେଇକୁ ଏନକାଉଣ୍ଟର

0
88
ଦୁର୍ଦ୍ଦାନ୍ତ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର, (୨୭/୦୩) : ରାଜଧାନୀରେ ଗର୍ଜିଲା ବନ୍ଧୁକ । ବିଳମ୍ବିତ ରାତ୍ରୀରେ କମିସନରେଟ ପୋଲିସର ଏନକାଉଣ୍ଟର । ପୋଲିସ ଗୁଳିରେ ଆହତ ହେଲା ଦୁର୍ଦ୍ଦାନ୍ତ ଅପରାଧୀ ଜିତେନ୍ଦ୍ର ପଲେଇ ଓରଫ ଜିତୁ ।

ଖାରବେଳନଗର ଥାନାରେ ବୋମାମାଡ଼ ସହ ବହୁ ଅପରାଧରେ ସମ୍ପୃକ୍ତ ଥିଲା ଜିତୁ । ଫେରାର ଜିତୁକୁ ଧରିବାକୁ ପୋଲିସ ରଚିଥିଲା ଚକ୍ରବ୍ୟୁହ । ଭୁବନେଶ୍ୱର ଆସୁଥିବା ବେଳେ ଟଙ୍କପାଣି ରୋଡ଼ ନିକଟରେ ଜିତୁର କାରକୁ ଠାବ କରିଥିଲା ପୋଲିସ । ଆଉ ପୋଲିସ ପଞ୍ଝାରୁ ଖସିଯିବା ପାଇଁ ପୋଲିସ ଅଧିକାରୀଙ୍କ ଉପରକୁ ଆଖିବୁଜା ଗୁଳି ଚଳାଇଥିଲା ଜିତୁ । ପରେ ପୋଲିସର କାଉଣ୍ଟର ଆଟାକରେ ଆହତ ହୋଇଛି ଦୁର୍ଦ୍ଦାନ୍ତ ଅପରାଧୀ ଜିତୁ । ଖାରବେଳନଗର ଥାନା ଅଧିକାରୀ ରଜନୀକାନ୍ତ ମିଶ୍ର ପାଲଟା ଗୁଳି ଚାଳନା କରିବା ବେଳେ ଜିତୁ ଗୋଡ଼ରେ ଗୁଳି ବାଜିଛି । ଗୁରୁତର ଅବସ୍ଥାରେ ଜିତୁକୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅଧିକ ଚିକିତ୍ସା ପାଇଁ ଜିତୁକୁ କଟକ ସ୍ଥାନାନ୍ତରିତ କରାଯିବ ବୋଲି ସୂଚନା ରହିଛି । ଜିତୁ ନାଁରେ ୩୦ ରୁ ଉର୍ଦ୍ଧ୍ୱ ମାମଲା ରହିଛି ।