ଅର୍ବାନ୍ ହେଲଥ ସେଣ୍ଟର ପ୍ରତିଷ୍ଠା କରିବାକୁ ୱାର୍ଡ ୩ ର ନାଗରିକମାନଙ୍କ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

0
150

ରିପୋର୍ଟ : ରଞ୍ଜିତ ବେହେରା
ଢେଙ୍କାନାଳ,(୨୩/୦୮) : ଆଜି ଢେଙ୍କାନାଳ ସହରର ତଥା ୱାର୍ଡ ୩ ର ଅଧିବାସୀ ଗଣ ମାନ୍ୟବର ଜିଲ୍ଲାପାଳଙ୍କୁ ଭେଟି ଏକ ଅର୍ବାନ୍ ହେଲଥ ସେଣ୍ଟର ଖୋଲିବା ପାଇଁ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି । ୯୦ ଦଶକ ରେ ଏଠାରେ ଏକ ହେଲଥ ସେଣ୍ଟର ଖୋଲିଥିଲା ଯାହାକି ସ୍ଥାନୀୟ ନାଗରିକମାନଙ୍କୁ ସ୍ୱାସ୍ଥ୍ୟସେବା ପ୍ରଦାନ କରିଆସୁଥିଲା ।

ଦୁଇବର୍ଷ ତଳେ ଏହି ପୁରୁଣା ଘରକୁ ଭାଙ୍ଗିଦିଆଯାଇଛି ଏ ନାଗରିକ ବାସ କରନ୍ତି, ଯେଉଁମାନେ ଏହି ସ୍ୱାସ୍ଥ୍ୟକେନ୍ଦ୍ର ର ସୁବିଧା ପାଇଥିଲେ । ଏବେ ସମସ୍ତଙ୍କୁ ମୁଖ୍ୟ ଡାକ୍ତରଖାନା ଯିବାକୁ ପଡ଼ୁଛି । ଢେଙ୍କାନାଳର ପୂର୍ବତନ ଜିଲ୍ଲାପାଳ ଶ୍ରୀ ନିଖିଳ ପବନ କଲ୍ୟାଣ (ଆଇ.ଏ.ଏସ୍.) ଙ୍କ କାର୍ଯ୍ୟକାଳ ସମୟରେ ଲୋକଙ୍କ ଦାବୀପୂରଣ ପାଇଁ ପ୍ରତିଶ୍ରୁତି ଦିଆଯାଇଥିଲା ଯେ, ଏଠାରେ ଥିବା ପୁରାତନ ଗୃହକୁ ଭଙ୍ଗାଯାଇ ଏକ ଦୁଇମହଲା ବିଶିଷ୍ଟ ଗୃହ ନିର୍ମାଣ କରାଯାଇ ଏହାକୁ ଅର୍ବାନ୍ ହେଲଥ ସେଣ୍ଟର କରାଯିବ ।

ଏଠାରେ ଉଲ୍ଲେଖନୀୟ ଯେ, ସରକାର ପ୍ରତ୍ୟକ ୨୫ ହଜାର ଜନସଂଖ୍ୟା ନିମନ୍ତେ ଏକ କମନ ହେଲଥ ସେଣ୍ଟର ପ୍ରତିଷ୍ଠା କରାଯିବା ନିମିତ କେନ୍ଦ୍ର ସରକାରଙ୍କ ପ୍ରାବଧାନ ରହିଅଛି । ସେହି ହିସାବରେ ଆମ ସହରର ପ୍ରାୟ ୧ ଲକ୍ଷ ଜନସଂଖ୍ୟା ପାଇଁ ଚାରୋଟି ସେଣ୍ଟର କରିବା ଆବଶ୍ୟକ । ମାତ୍ର ଏଯାବତ ଗୋଟିଏ ସେଣ୍ଟର ପୂର୍ବ ସଂ – ୧ ( କାଠଗଡ଼ା ) ରେ କାର୍ଯ୍ୟକାରୀ ହୋଇଅଛି ।

ଉପରୋକ୍ତ ସମସ୍ୟାକୁ ଅନୁଧ୍ୟ।ନ କରି ଢେଙ୍କାନାଳର ଜନସାଧାରଣ ଙ୍କ ଦାବିପତ୍ରର ସୁବିଚାର କଲେ ଢେଙ୍କାନାଳ ବାସୀ ଉପକୃତ ହେବେ । ଆଜିର ଏହି ଦାବିପତ୍ରକୁ ଢେଙ୍କାନାଳ ଜିଲ୍ଲା ବୁଦ୍ଧିଜୀବି ସଂଗଠନର ସଭାପତି ଡକ୍ଟର ତୁସରକାନ୍ତି ନାୟକ, ରୁଦ୍ରପ୍ରକାଶ ସରଣ, ପ୍ରଭାତ ନଳିନୀ ମିଶ୍ର, ହୀରଣ୍ମୟୀ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।