ଘଣ୍ଟାପଡ଼ା ପୋଲିସ ପକ୍ଷରୁ ସଡକ ସୁରକ୍ଷା ସଚେତନତା ଅଭିଯାନ

0
138
ଘଣ୍ଟାପଡ଼ା

ରିପୋର୍ଟ : ସନ୍ତୋଷ କୁମାର ନାୟକ
ସୁବର୍ଣ୍ଣପୁର, (୦୩/୦୪) : ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଅଧିନ ଘଣ୍ଟାପଡ଼ା ଥାନାଧିକାରୀ ଗଣନାଥ ଥନାପତିଙ୍କ ନେତୃତ୍ଵରେ ଘଣ୍ଟାପଡ଼ା ମୂଖ୍ୟ ରାସ୍ତାରେ ଘଣ୍ଟାପଡ଼ାପୋଲିସ ପକ୍ଷରୁ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାକୁ ରୋକିବା ପାଇଁ ପୋଲିସ ପକ୍ଷରୁ ସଡକ ସୁରକ୍ଷା ସଚେତନତା ଅଭିଯାନ ।

ସମସ୍ତ ଦୁଇ ଚକିଆ ଯାନ ଠୁ ଆରମ୍ଭ କରି ଭାରିଯାନ ପର୍ଯ୍ୟନ୍ତ ପ୍ରତ୍ୟେକ ଗାଡ଼ିକୁ ଯାଞ୍ଚ କରିଥିଲେ । ଏବଂ ୨ଚକିଆ ଯାନର ଚାଳକଙ୍କ ହେଲମେଟ ସହ ସମସ୍ତ ଯାନର ଫିଟନେସ, ସିଟବେଲ୍ଟ ପରିଧାନ, ଟ୍ରାଫିକ ନିୟମ, ଦୃତ ଚାଳନା ନକରିବା, ମଦ ପିଇ ଗାଡି ନଚଳାଇବା ଉପରେ ସଚେତନ କରାଇଥିଲେ । ଯଦି ନିୟମ ଉଲ୍ଲଙ୍ଘନ ହୁଏ, ତାହେଲେ ଆର୍ଥିକ ଦଣ୍ଡ ସହ ଜେଲ ଯିବାକୁ ମଧ୍ୟ ପଡ଼ିବା ନେଇ ସଚେତନ କରାଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଘଣ୍ଟାପଡ଼ା ପୋଲିସ ଏସଆଇ ବିଶ୍ୱନାଥ ଲୋଇ, ଏଏସ୍ଆଇ ପ୍ରଦିପ ବେହେରାଙ୍କ ସହ ଅନ୍ୟ ପୋଲିସ କର୍ମଚାରୀ ସହଯୋଗ କରିଥିଲେ ।