ବ୍ଲକ ସ୍ତରୀୟ ଶିକ୍ଷା ସମୀକ୍ଷା ବୈଠକ ଅନୁଷ୍ଠିତ

0
88
ବ୍ଲକ ସ୍ତରୀୟ ଶିକ୍ଷା

ରିପୋର୍ଟ : ସନ୍ତୋଷ କୁମାର ନାୟକ
ସୁବର୍ଣ୍ଣପୁର, (୦୩/୦୪) : ବୌଦ୍ଧ ଜିଲ୍ଲା କଣ୍ଟାମାଳ ଠାରେ ବ୍ଲକ ସ୍ତରୀୟ ଶିକ୍ଷା ସମୀକ୍ଷା ବୈଠକ କଣ୍ଟାମାଳ ବି. ଆର. ସି. ସି. ଶ୍ରୀ ଦୁର୍ଗାଚରଣ ପ୍ରଧାନ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି ।

ବ୍ଲକ ସ୍ତରୀୟ ଶିକ୍ଷା ସମୀକ୍ଷା ବୈଠକ ରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ଉଦ୍ଧବ ମହାଲିକ, ଶ୍ରୀ ଚୈତନ୍ୟ ଧରୁଆ ତଥା ସମସ୍ତ ସି. ଆର. ସି. ସି. ଯୋଗ ଦେଇଥିଲେ । ଏହି ବୈଠକ ରେ ମଧ୍ୟାହ୍ନ ଭୋଜନ, ୟୁ. ସି. ପ୍ରଦାନ, ୟୁ. ଡାଇସ ପ୍ଲସ ସମ୍ପୂର୍ଣ୍ଣ କରଣ ସମେଟିଭ (2) ପରୀକ୍ଷା ତଥା ମୋ ସ୍କୁଲ ଅଭିଯାନ ଇତ୍ୟାଦି ବିଷୟରେ ଆଲୋଚନା ହୋଇଥିଲା । ଏହା ବ୍ୟତୀତ ଶ୍ରୀ ମହାଲିକ ନୂତନ ଶିକ୍ଷା ବର୍ଷ ରେ ଦୈନନ୍ଦିନ ପାଠ୍ୟଖସଡ଼ା ଓ ବିଦ୍ୟାଳୟ ରେଜିଷ୍ଟର ବିଷୟରେ ବିଷୟରେ ବିଶେଷ ଆଲୋଚନା କରିଥିଲେ । ଶେଷରେ ମନମୁଣ୍ଡା ସି. ଆର. ସି ସି. ଶ୍ରୀମତୀ ପ୍ରଜୀଣା ପାଢ଼ୀ ଧନ୍ୟବାଦ ଅର୍ପଣ କରିଥିଲେ ।