ଦଳୀୟ କନ୍ଦଳ ଯୋଗୁଁ ବଢୁଛି ଦୁର୍ଦ୍ଦଶା,ଶାସକ ଦଳ ଓ ପ୍ରାଶାସନିକ ଅବ୍ୟବସ୍ଥା : ଦୃଷ୍ଟି ଦେବାକୁ ଦାବି

0
155
ଦଳୀୟ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର/ଟିଟିଲାଗଡ, (୦୨/୦୪) : ଦଳୀୟ କନ୍ଦଳ ଯୋଗୁଁ ଦୁର୍ଦ୍ଦଶା । ପୂର୍ବରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସହ ହରିଶ୍ଚନ୍ଦ୍ର ସହାୟତା ରାଶି, ବୃଦ୍ଧ, ବୃଦ୍ଧା, ଭିନ୍ନକ୍ଷମ ଭତ୍ତା, ଓ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହେବା ନେଇ ଆମ ଖବର ପ୍ରସାରଣ ପରେ ବିଭାଗୀୟ ଅଧିକାରୀ ବେଶ୍ ସକ୍ରିୟ ହୋଇ ପଡ଼ିଥିଲା ।WhatsApp Image 2023 04 03 at 13.03.22 1 ଦଳୀୟ କନ୍ଦଳ ଯୋଗୁଁ ବଢୁଛି ଦୁର୍ଦ୍ଦଶା,ଶାସକ ଦଳ ଓ ପ୍ରାଶାସନିକ ଅବ୍ୟବସ୍ଥା : ଦୃଷ୍ଟି ଦେବାକୁ ଦାବି

ଅତ୍ୟନ୍ତ ଗରିବ, ନିସହାୟ ଙ୍କୁ ମାସିକ ଭତ୍ତା ଟଙ୍କା ସଠିକ୍ ଭାବେ ନ ଦେଇ ମାସେ, ଦୁଇ ମାସ ଓ କେବେ ଏକା ଥରକେ ଚାରି ମାସ ର ଟଙ୍କା ପ୍ରଦାନ ଭଳି ଦୁଃଖଦ ଅବସ୍ଥାରେ ବର୍ତ୍ତମାନ୍ ସୁଦ୍ଧା ଏହି ମନୋମୁଖୀ କାର୍ଯ୍ୟ ଚାଲିଛି । ହେଲେ ଏ ନେଇ ପୌରାଧକ୍ଷା ବାରମ୍ୱାର ନିର୍ଦ୍ଦେଶ ଦେବା ସହ ବିରୋଧ କରି ଆସୁଥିବା ବେଳେ କେହି ତାଙ୍କ କଥା ନ ଶୁଣି ବିନା ବିଧାୟିକା ଅବା ତାଙ୍କ ଖାସ ଲୋକଙ୍କ ନିର୍ଦ୍ଦେଶ କ୍ରମେ ସବୁ ଚାଲିଥିବା ସର୍ବଜନ ବିଦିତ । ଏ ନେଇ ଗତ ଉତ୍କଳ ଦିବସ ଅବସରରେ ତାଙ୍କୁ ଅସମ୍ମାନ କରିବା ପରେ ସେଠୁ ବାହାରି ଚାଲି ଯାଇ ଏକ ସାମ୍ୱାଦିକ ସମ୍ମିଳନୀରେ ସବିଶେଷ ସୂଚନା ଦେଇଛନ୍ତି । ଦଳୀୟ କନ୍ଦଳ ଯୋଗୁଁ ଦୁର୍ଦ୍ଦଶା । ଟିଟିଲାଗଡ଼ ପୌର ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ମମତା ଦେବୀ ଜୈନ ଙ୍କୁ ସ୍ଥାନୀୟ କଲ୍ୟାଣ ମଣ୍ଡପ କୁ ଉତ୍କଳ ଦିବସ ପାଳନ ନେଇ ସମ୍ମାନିତ ଅତିଥି ରୂପେ ଡକାଯାଇଥିଲା ।

ହେଲେ ଅତିଥି ରୂପେ ଷ୍ଟେଜ କୁ ନ ଡାକି ତଳେ ଜାଗା ଦିଆଯିବା ନେଇ ଅସମ୍ମାନ ଜାଣି, ଶୁଣି କରାଯାଇଥିବା ନେଇ ଏକ ପ୍ରେସ ବିବୃତି ରେ ଗୁରୁତର ଅଭିଯୋଗ କରିଛନ୍ତି । ସୂଚନାନୁଜାୟୀ ମୁଖ୍ୟ ଅତିଥି ରୂପେ ସ୍ଥାନୀୟ ଉପଜିଲ୍ଲାପାଳ ଦୟାମୟ ପାଢ଼ୀ ଓ ସମ୍ମାନିତ ଅତିଥି ଭାବେ ପୌରଧ୍ୟକ୍ଷା ଶ୍ରୀମତି ଜୈନ ଙ୍କୁ ରଖାଯିବା ସତ୍ତ୍ବେ ତାଙ୍କୁ ସ୍ଥାନ ଜାଣି, ଶୁଣି ନ ଦେଇ ଏପରି ଅସମ୍ମାନ ଉଦ୍ଦେଶ୍ୟ ମୂଳକ ଭାବେ କରାଗଲା ବୋଲି ସେ ପ୍ରକାଶ କରିଛନ୍ତି । ସେହିପରି ବିଜେପି ଦଳ ତରଫରୁ ସେ ଅଧ୍ୟକ୍ଷା ଭାବେ ନିର୍ବାଚିତ ହୋଇଥିଲେ ସୁଦ୍ଧା ତାଙ୍କୁ ଏଭଳି ଦୁର୍ବ୍ୟହାର ର ଶିକାର ହୋଇ ଥିବା ପ୍ରକାଶ କରିଛନ୍ତି । ସ୍ଥାନୀୟ ବିଧାୟିକା ତଥା ପରିବହନ ମନ୍ତ୍ରୀ ଦାୟିତ୍ୱ ରେ ଥିବା ଟୁକୁନି ସାହୁ ଙ୍କ ନିର୍ଦ୍ଦେଶ କ୍ରମେ ଏ ଘଟଣା ଓ ବିଜେପି ଦଳ ତରଫରୁ ୱାର୍ଡ ମେମ୍ବର ମାନଙ୍କ ଅଞ୍ଚଳ ରେ ଜାଣି, ଶୁଣି ପରିମଳ ସହ କୌଣସି ଉନ୍ନତି ମୂଳକ କାର୍ଯ୍ୟ ନ କରାଯିବା ଦ୍ୱାରା ଜନଅସନ୍ତୋଷ ବୃଦ୍ଧି ପାଉଛି ବୋଲି ବିଜେପି ଦଳ ତରଫରୁ ପ୍ରକାଶ ପାଇଛି ।WhatsApp Image 2023 04 03 at 13.03.22 ଦଳୀୟ କନ୍ଦଳ ଯୋଗୁଁ ବଢୁଛି ଦୁର୍ଦ୍ଦଶା,ଶାସକ ଦଳ ଓ ପ୍ରାଶାସନିକ ଅବ୍ୟବସ୍ଥା : ଦୃଷ୍ଟି ଦେବାକୁ ଦାବି

ଏହି ଭଳି ପୌରରିଷଦ ଅଞ୍ଚଳ ରେ ବାରମ୍ୱାର ନିର୍ଦ୍ଦେଶ ସତ୍ତ୍ବେ ପୌର ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ମନ୍ତ୍ରୀ ଙ୍କ ନିର୍ଦ୍ଦେଶ କ୍ରମେ କାର୍ଯ୍ୟ କରିବା ଯୋଗୁଁ ମାସିକ ଭତ୍ତା, ହରିଶ୍ଚନ୍ଦ୍ର ଯୋଜନା, ଆବାସ ଯୋଜନା ତଥା ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛି ବୋଲି ଗୁରୁତର ଅଭିଯୋଗ କରିଛନ୍ତି । ଏ ନେଇ ଆଗମୀ ଦିନରେ ଉପଯୁକ୍ତ ପଦକ୍ଷେପ ନେବାକୁ ଓ କାଗଜ, କଲମରେ ସବୁ କାର୍ଯ୍ୟ ଚାଲିବା ନେଇ ସେ ବିରୋଧ ର ଶିକାର ହୋଇ ଆସୁଛନ୍ତି ତାର ଉଚିତ୍ ଜବାବ ଦିଆଯିବ ବୋଲି ଜଣେଇଛନ୍ତି । ବିଶେଷ ଦ୍ରଷ୍ଟବ୍ୟ ଯେ, ତିନି ମାସ ମଧ୍ୟରେ ଆବାସ ଯୋଜନା ଗୃହ ନିର୍ମାଣ କଲେ ସ୍ଵତନ୍ତ୍ର ୨୦ ହଜାର ଟଙ୍କା ପ୍ରଦାନ କରାଯାଇ ଥାଏ ।

ହେଲେ ସହର ର ଅନେକ ଘର ଭାଙ୍ଗି ସାରି ସୁଦ୍ଧା ଜରିପାଲ ଘୋଡେ଼ଇ ହୋଇ ବର୍ଷ,ବର୍ଷ ବିତିଗଲା ଉକ୍ତ ଟଙ୍କା ମିଳୁନି । ଗତ ଦୁଇ ବର୍ଷ ହେବ ୧୫ ନମ୍ୱର ୱାର୍ଡ ନିବାସୀ ପୂର୍ଣ୍ଣିମା ପଟ୍ଟନାୟକ ଙ୍କୁ କିଛି ଅର୍ଥ କିସ୍ତି ଦେଇ ବକେୟା ଟଙ୍କା ପ୍ରଦାନ କରାଯାଉନି । ସେହିପରି ହେମ୍ସାଗର ସରାଫ ଓ ଅନେକ ଅସହାୟ ଙ୍କୁ ଅକଥନୀୟ ଦୁର୍ଦ୍ଦଶା ଭୋଗ କରିବା ସାର ହେଉଛି । ଏପରିକି ଶ୍ରୀମତୀ ରଣା ନାମ୍ନୀ ବୃଦ୍ଧା ଘର ଭାଙ୍ଗି ସାତ ମାସ ହେଲା ଆଜି, କାଲି କହି ଦିନ ଗଡେଇବା ଯୋଗୁଁ ଉତ୍କଟ ଥଣ୍ଡା ରୁ ତାଙ୍କ ସ୍ଵାମୀ ଙ୍କ ମୃତ୍ୟୁ ଘଟିଥିଲା । ଏହି ୱାର୍ଡ ମେମ୍ବର ବିଜେପି ଦଳ ର ହୋଇଥିବା ଯୋଗୁଁ ଜାଣି, ଶୁଣି ଏଭଳି ଦଳୀୟ କନ୍ଦଳ ନେଇ ତୀବ୍ର ଜନ ଅସନ୍ତୋଷ ସୃଷ୍ଟି ହୋଇଛି । ଏ ନେଇ ବିଭାଗୀୟ ମୁଖ୍ୟ ଶାସନ ସଚିବ ତୁରନ୍ତ ଦୃଷ୍ଟି ଦେଇ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ନେବାକୁ ବୁଦ୍ଧିଜୀବୀ ମହଲରେ ଦୃଢ଼ ଦାବି ହେଉଛି ।