୮ କ୍ୱିଣ୍ଟାଲ ୪୯ କେଜି ଗଞ୍ଜେଇ ସହ ଟ୍ରକ୍‌ ଜବତ

0
90
୮ କ୍ୱିଣ୍ଟାଲ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ବୌଦ୍ଧ, (୦୪/୦୪) : ବୌଦ୍ଧ ପୋଲିସକୁ ମିଳିଛି ବଡ଼ ସଫଳତା । ପେଟ୍ରୋଲିଂ କରୁଥିବା ସମୟରେ ଶ୍ରୀମାଲ ଛକରୁ ଏକ ଟ୍ରକ ୮ କ୍ୱିଣ୍ଟାଲ ୪୯ କେଜି ଗଞ୍ଜେଇ ଜବତ କରିଥିବା ବେଳେ ଦୁଇ ଜଣଙ୍କୁ ଅଟକ ରଖିଥିବା ପୋଲିସ ପକ୍ଷରୁ ମିଳିଛି ସୂଚନା ।

ସୂଚନା ମୁତାବକ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ନେଇ କୌଣସି ସୂତ୍ରରୁ ଖବର ପାଇ ଘଣ୍ଟାପଡା ଭାରପ୍ରାପ୍ତ ଥାନାଧିକାରୀ ଗଣନାଥ ଥନାପତି ଏକ ଟିମଧରି ପେଟ୍ରୋଲିଂ କରୁଥିଲେ । ଟ୍ରକ୍‌ରୁ ଜବତ ଗଞ୍ଜେଇ ଘଣ୍ଟାପଡ଼ା ଥାନାକୁ ଆଣି ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଓଜନ କଲା ପରେ ତାହା ୮ କ୍ୱିଣ୍ଟାଲ ୪୯କେଜି ହୋଇଥିବା ଜଣାପଡ଼ିଛି । ଚାଲାଣରେ ବ୍ୟବହୃତ ଟ୍ରକ୍‌କୁ ଜବତ କରିବା ସହିତ ୨ ଜଣ ଆନ୍ତଃରାଜ୍ୟ ଗଞ୍ଜେଇ ମାଫିଆଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଦ୍ବୟ ବିହାର ରାଜ୍ୟର ଚନ୍ଦନ କୁମାର (୨୧) ଓ ରାକେଶ କୁମାର (୨୧) ବୋଲି ପୁଲିସ କହିଛି। ଏ ସମ୍ପର୍କରେ ଘଣ୍ଟାପଡ଼ା ଥାନାରେ ୨୮/୨୦୨୩ରେ ଏକ ମାମଲା ରୁଜ୍ଜୁ କରି ଅଭିଯୁକ୍ତ ଚନ୍ଦନ ଓ ରାକେଶକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଭାରପ୍ରାପ୍ତ ଥାନାଧିକାରୀ ଗଣନାଥ ଥନାପତି ସୂଚନା ଦେଇଛନ୍ତି ।