ଜାଲ୍ ସାର୍ଟିଫିକେଟ୍ ଦେଇ ଚାକିରି କରିଛନ୍ତି ଅନେକ ଶିକ୍ଷକ

0
87
ଅନେକ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋଲ //
ବଲାଙ୍ଗୀର, (୦୪/୦୪) : ସବୁଠି ଫେକ୍ ସାର୍ଟିଫିକେଟ୍ । ବଲାଙ୍ଗିରରେ ଫେକ୍ ସାର୍ଟିଫିକେଟ ମାମଲା । ଡାକ ବିଭାଗ, ସମବାୟ, ବନବିଭାଗ ପରେ ଏବେ ଶିକ୍ଷା ବିଭାଗରେ ବି ନକଲି ଶିକ୍ଷକ ।

ଜାଲ୍ ସାର୍ଟିଫିକେଟ୍ ଦେଇ ଚାକିରି କରିଛନ୍ତି ଅନେକ ଶିକ୍ଷକ । ବଲାଙ୍ଗିର ଶିକ୍ଷା ବିଭାଗ ରେ ୫୦୦ରୁ ଅଧିକ ଶିକ୍ଷକଙ୍କ ଡିର୍ଗ୍ରୀ ସାର୍ଟିଫିକେଟ ବାହାର ରାଜ୍ୟର । ଯେଉଁ ମାନଙ୍କର ବାହାର ରାଜ୍ୟର ସାର୍ଟିଫିକେଟ୍ ରହିଛି ସେମାନଙ୍କର ଏକ ତାଲିକା କରୁଛି ଶିକ୍ଷା ବିଭାଗ । ତଦନ୍ତ ପାଇଁ ରାଜ୍ୟ ବାହାରକୁ ଯିବ ଶିକ୍ଷା ବିଭାଗର ଏକ ସ୍ୱତନ୍ତ୍ର ଟିମ୍ । ପୂର୍ବରୁ କିଛି ଶିକ୍ଷକ ଜାଲ୍ ସାର୍ଟିଫିକେଟ ଦେଇ ଚାକିରି କରିଥିବା ନେଇ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନିକଟରେ ଅଭିଯୋଗ ହୋଇଥିଲା ।