ଲମତାପୁଟ ବ୍ଲକ ରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ସ୍ମାର୍ଟ କାର୍ଡ ବଣ୍ଟନ ଯୋଜନା ର ଶୁଭ ଆରମ୍ଭ

0
192

ରିପୋର୍ଟ : ଶିବ ବିଶୋଇ //
ଲମତାପୁଟ,(୨୯/୧୧) : କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ରେ ଆରମ୍ଭ ହେଲା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ସ୍ମାର୍ଟ କାର୍ଡ ଯୋଜନା ର ଶୁଭ ଆରମ୍ଭ ହୋଇଛି ।

ସ୍ମାର୍ଟ ସ୍ୱାସ୍ଥ୍ୟ ସେବାରେ ସାମିଲ ହେଲା କୋରାପୁଟ ଜିଲ୍ଲା ୮୬୬ କୋଟି ଟଙ୍କାର ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ । ସେହି ଭଳି ଲମତାପୁଟ ବ୍ଲକ ର ୧୫ ଟି ପଞ୍ଚାୟତ ରେ ଆରମ୍ଭ ହୋଇଛି ସ୍ମାର୍ଟ ସ୍ୱାସ୍ଥ୍ୟ ସେବା କାର୍ଡ ବଣ୍ଟନ ର ଶୁଭ ଆରମ୍ଭ । ବ୍ଲକ ର ୧୬ ହଜାର ରୁ ଅଧିକା ହିତାଧିକାରୀ ଏହି ଯୋଜନାର ଲାଭ ପାଇବେ । ମୁଖ୍ୟ ଅତିଥି ଭାବରେ ଯୋଗ ଦାନ ଦେଇଥିଲେ ରାଜ୍ୟ ଉଠା ଜଳ ସେଚନ ଅଧ୍ୟକ୍ଷ ଅମରେଶ ପାତ୍ର । ସେ ବାଲ୍ଲେଲ ପଞ୍ଚାୟତ ବାସୀ ଙ୍କୁ ସ୍ମାର୍ଟ କାର୍ଡ ବଣ୍ଟନ କରିଥିଲେ । ଜିଲ୍ଲା ପରିଷଦ ଅଧକ୍ଷ୍ୟା, ବ୍ଲକ ଅଧକ୍ଷା,ବିଡିଓ ଏବଂ ସରକାରୀ କର୍ମ ଚାରି ଉପସ୍ଥିତି ରେ ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ ବଣ୍ଟନ ର ଶୁଭ ଆରମ୍ଭ ହୋଇଛି ।

ଭିଓ – ରାଜ୍ୟ ଉଠା ଜଳ ସେଚନ ଅଧକ୍ଷ କହିଛନ୍ତି ମୁଖ୍ୟ ମନ୍ତ୍ରୀଙ୍କ ମୂଳ ଲକ୍ଷ ଟଙ୍କା ପାଇଁ ସ୍ୱାସ୍ଥ୍ୟ ସେବାରୁ କେହି ବଞ୍ଚିତ ହେବେ ନାହିଁ ତେଣୁ ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ ର ଯୋଜନା କରିଛନ୍ତି । ଉପାନ୍ତ ଅଞ୍ଚଳରେ ଏହି ସ୍ୱାସ୍ଥ୍ୟ ସେବା କାର୍ଡ ଟି ବହୁ ଫଳପ୍ରଦ ହେବ କହିଛନ୍ତି । ଏହା ଦ୍ୱାରା ମହିଳାଙ୍କ ସ୍ୱାସ୍ଥ୍ୟ ସେବାରେ ଟଙ୍କା ବାଧକ ସାଜିବନୀ ।