ପାଞ୍ଚ ଜଣ ନାବାଳକଙ୍କ ଠାରୁ ୧ ଲକ୍ଷ ୨୫ ହଜାର ଟଙ୍କା ଜୋରିମାନା ଆଦାୟ

0
132
ପାଞ୍ଚ

7a5910e0 869f 4c59 91bb cefc1d5beaf7 ପାଞ୍ଚ ଜଣ ନାବାଳକଙ୍କ ଠାରୁ ୧ ଲକ୍ଷ ୨୫ ହଜାର ଟଙ୍କା ଜୋରିମାନା ଆଦାୟରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର , (୦୪/୦୪) : ସୁବର୍ଣ୍ଣପୁର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ତରଫରୁ ଆର ଟି ଓ ଅକ୍ଷୟ କୁମାର ଜେନାଙ୍କ ତତ୍ୱାବଧାନରେ ଜିଲ୍ଲାର ଉଲୁଣ୍ଡା, ବିନିକାରେ ସନ୍ଧ୍ୟା ସମୟରେ ସହରର ବ୍ଲକ ଛକ ଠାରେ ଗାଡି ତନଖି କରାଯାଇଥିଲା ପାଞ୍ଚ ଜଣ ନାବାଳକଙ୍କ ଠାରୁ ୧ ଲକ୍ଷ ୨୫ ହଜାର ଟଙ୍କା ଜୋରିମାନା ଆଦାୟ ।05b8f744 6806 4fd9 a169 cc0397f15536 ପାଞ୍ଚ ଜଣ ନାବାଳକଙ୍କ ଠାରୁ ୧ ଲକ୍ଷ ୨୫ ହଜାର ଟଙ୍କା ଜୋରିମାନା ଆଦାୟ

ନାବାଳକ ଙ୍କୁ ଗାଡି ଚାଳନାରୁ ନିବୃତ କରିବାକୁ ଅଭିଭାବକ ମାନଙ୍କୁ ପରିବହନ ବିଭାଗ ତରଫରୁ ପରାମର୍ଶ । ବିନା ଡ୍ରାଇଭିଂ ଲାଇସେନ୍ସରେ ସ୍କୁଲ ଓ କଲେଜର ନାବାଳକ ପିଲାମାନେ ଗାଡି ଚଲାଉଥିବା ବେଳେ ପାଞ୍ଚ ଜଣ ନାବାଳକ ଗାଡି ଚାଳକ (୨ ଜଣ ବିନିକା ୨ ଜଣ ଉଲୁଣ୍ଡା ଏବଂ ଜଣେ ସୋନପୁରବ୍ଲକ ଛକ ଠାରେ) ପ୍ରତ୍ୟକଙ୍କ ଠାରୁ ୨୫ ହଜାର ଟଙ୍କା ଲେଖାଏଁ ଜୋରିମାନା କରାଯାଇ ଭବିଷ୍ୟତରେ ଏଭଳି କାର୍ଯ୍ୟ ନକରିବା ପାଇଁ ସମସ୍ତଙ୍କୁ ନିର୍ଦେଶ ଦିଆଯାଇଛି । ସେହିପରି ୪୩ ଜଣ ଗାଡି ଚାଳକଙ୍କୁ ବିନା ହେଲମେଟ, ନିଶାସକ୍ତ ଡ୍ରାଇଭିଂ, ମୋବାଇଲ ବ୍ୟବହାର ସହ ଗାଡି ଚାଳନା ନିମନ୍ତେ ମୋଟରଯାନ ଆଇନ ମୁତାବକ ଜୋରିମାନା କରାଯାଇଥିବା ସନ୍ଧ୍ୟା ସୁଦ୍ଧା ସୂଚନା ପ୍ରଦାନ କରାଯାଇ ଥିବା ବେଳେ ସାନ୍ଧ୍ୟରେ ସୋନପୁର ବ୍ଲକ ଛକ ଠାରେ ପରିବହନ ଅଧିକାରୀ ସୋନପୁର ଙ୍କ ନେତୃତ୍ୱରେ ବିଭାଗ ତରଫରୁ ଏହି ଧର ପଗଡ଼ କାର୍ଯ୍ୟକ୍ରମ ଚାଲୁରହିଥିଲା ।