ମହିଳା ସଶକ୍ତି କରଣ ପାଇଁ ସ୍ଵାତି ଅନୁଷ୍ଠାନ ପକ୍ଷରୁ ୨ ଦିନିଆ କର୍ମଶାଳା ଅନୁଷ୍ଠିତ

0
82
ମହିଳା ସଶକ୍ତି

ରିପୋର୍ଟ : ନରୋତ୍ତମ ପାଢ଼ୀ
ରାୟଗଡା, (୦୬/୦୪) : ମହିଳା ସଶକ୍ତି କରଣ ପାଇଁ ସ୍ଥାନୀୟ ପଞ୍ଚାୟତ ସମିତି କାର୍ଯ୍ୟାଳୟ ର କନଫରେନ୍ସ ହଲ ଠାରେ ୨ଦିନିଆ ଆଇନ ସଚେତନତା କର୍ମଶାଳା ୟୁ ଏସ କନ ସୁ ଲେଟ ଜେନେରାଲ ହାଇଦ୍ରାବାଦ ର ସହଯୋଗ ରେ ସ୍ୱାତି ଅନୁଷ୍ଠାନ ଦ୍ୱାରା ଗୁରୁବାର ଦିନ ଅନୁଷ୍ଠିତ ହୋଇଯାଇଛି ।WhatsApp Image 2023 04 06 at 21.10.53 ମହିଳା ସଶକ୍ତି କରଣ ପାଇଁ ସ୍ଵାତି ଅନୁଷ୍ଠାନ ପକ୍ଷରୁ ୨ ଦିନିଆ କର୍ମଶାଳା ଅନୁଷ୍ଠିତ

ବୁଧବାର ଦିନ ଏହା ର ଉଦଘାଟନ ହୋଇଥିବା ବେଳେ ଆଜି ଉଦଯାପନୀ ଦିବସ ହୋଇଛି ୨ଦିନ ଧରି ସକାଳ ୧୦ ରୁ ସଂନ୍ଧ୍ୟା ୫ ଟା ପର୍ଯ୍ୟନ୍ତ ତାଲିମ ଦାତ୍ରୀ ମାନେ ତାଲିମ ଦେଇଛନ୍ତି । ସାଧନା ଫାଉଣ୍ଡେସନ ର ସମ୍ପାଦିକା ସୁଜାତା ମହାପାତ୍ର ମହିଳା ମାନଙ୍କ ଅଧିକାର, ନିର୍ଯାତନା ର ପ୍ରକାର ଭେଦ, ସମ୍ବିଧାନ ରେ ମହିଳା ମାନଙ୍କ ପାଇଁ ଥିବା ନିୟମ ଧାରା, ମହିଳା ମାନଙ୍କ ପାଇଁ ସରକାରୀ ସ୍ତରରେ ଥିବା ଆଇନ ର ଉପକାରିତା ସବୁ ଭିଡିଓ ଓ ପାୱାର ପଏଣ୍ଟ ମାଧ୍ୟମରେ ଦେଖାଇ ବୁଝାଇଛନ୍ତି । ଜଣେ ମହିଳା ନିର୍ଯାତନା ର ଶିକାର ହେଲେ କିପରି ଆଇନ ସହାୟତା ନେଇ ନିଜକୁ ସୁରକ୍ଷା କରି ପାରିବ ସେ ସବୁ ବୁଝାଇଛନ୍ତି ଅଂଶ ଗ୍ରହଣ କାରି ଙ୍କ ମଧ୍ୟରେ ଗ୍ରୁପ ଆଲୋଚନା କରି ସରଳି କରଣ କରି ବୁଝାଇଛନ୍ତି । ଉକ୍ତ କାର୍ଯ୍ୟ କ୍ରମ ରେ ୨୨ଜଣ ମହିଳା ଅଂଶ ଗ୍ରହଣ କରିଥିଲେ ଏଥିରେ କର୍ମ ଯିବି ମହିଳା, ଛାତ୍ରୀ, ତୃଣ ମୂଳ ସ୍ତର ରେ କାର୍ଯ୍ୟ ରତ ଆଶା ଦିଦି, ମହିଳା ମାନଙ୍କ ସୁରକ୍ଷା ପାଇଁ କାର୍ଯ୍ୟ କରୁଥିବା ମହିଳା ମାନେ ସାମିଲ ଥିଲେ । ମହିଳା ସଶକ୍ତି କରଣ ପାଇଁ ସ୍ଵାତି ଅନୁଷ୍ଠାନ ପକ୍ଷରୁ ୨ ଦିନିଆ କର୍ମଶାଳା ଦ୍ୱାରା ମହିଳା ମାନଙ୍କ ସ୍ୱାଧୀନ ଚେତନା ବୁଦ୍ଧି ହେବା ସହ ସ୍ୱାବଲମୀ ହେବା ରେ ସହାୟକ ହେବ ବୋଲି ଅତିଥି ମାନେ ମତ ଦେଇଛନ୍ତି ଆବଶ୍ୟକ ପଡିଲେ ମହିଳା ମାନଙ୍କ ପାଇଁ ଥିବା ଆଇନ ର ବ୍ୟବହାର କରି ମହିଳା ମାନେ ନିଜର ଅଧିକାର ସାବ୍ୟସ୍ତ କରି ପାରିବେ ।

ଅପର ପକ୍ଷରେ ସହଯୋଗୀ ତାଲିମ ଦାତ୍ରୀ ଭାବେ ଶିବାନୀ ପାତ୍ର ପକ୍ସ ଆଇନ ବିଷୟରେ ବୁଝାଇବା ସହ କାର୍ଯ୍ୟ କ୍ରମ କୁ ପରିଚାଳନା କରିଥିଲେ ପ୍ରଥମ ଦିନରେ ଏନ ସି ସି ର ଚେର ପର୍ସନ ମଞ୍ଜୁ ମୁଖାର୍ଜୀ, ସୁରକ୍ଷା ଅଧିକାରୀ କାମାକ୍ଷୀ ପାଢ଼ୀ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ ଯୋଗ ଦେଇ କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିବା ବେଳେ ଆଜି ଉଦଯାପନୀ ଦିବସ ରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ସୋମ ନାଥ ପ୍ରଧାନ ଯୋଗ ଦେଇ ମହିଳା ମାନେ ପ୍ରଥମେ ସ୍ୱାବଲମ୍ବୀ ହେବା ନିହାତି ଜରୁରୀ କାରଣ କାହା ଉପରେ ନିର୍ଭର ଶିଳ ନ ହୋଇ ନିଜେ କିଛି କରିବା ଆବଶ୍ୟକ ନିଜେ ନିଜର ସୁରକ୍ଷା କରିବା ଦରକାର ସେଲ୍ଫ ଡ଼ି ଫେନ୍ସ ତାଲିମ ନେବାର ମଧ୍ୟ ଆବଶ୍ୟକତା ରହିଛି ଜାଣିଲେ ଜିଣିବା ବୋଲି ସେ କହିଵା ସହ ଆତ୍ମ ନିର୍ଭର ଶିଳ ହେବାକୁ କହିଥିଲେ ଆଜିର କାର୍ଯ୍ୟ କ୍ରମରେ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ, ଶିଶୁ ସୁରକ୍ଷା ରମେଶ ଚନ୍ଦ୍ର ନାୟକ ପ୍ରମୁଖ ଉପସ୍ଥିତ ରହି ଅଂଶ ଗ୍ରହଣ କାରି ଙ୍କୁ ମାନ ପତ୍ର ସହ ମହିଳା ମାନଙ୍କ ଆଇନ ସଚେତନତା ପାଇଁ ଏକ ବହି ମଧ୍ୟ୍ୟ ଅନୁଷ୍ଠାନ ତରଫରୁ ପ୍ରଦାନ କରାଯାଇଛି ଶେଷରେ ଶିବାନୀ ପାତ୍ର ଧନ୍ୟବାଦ ଅର୍ପଣ କରିଛନ୍ତି ।