ମା ମଝିଘରିଆଣୀ ଙ୍କ ଆଳତି ସଂଗୀତର ଭିଡ଼ିଓ ସୁଟିଂ ଆରମ୍ଭ

0
413
ମା ମଝିଘରିଆଣୀ

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡ଼ା, (୦୮/୦୪) : ରାୟଗଡ଼ା ଅଧିଷ୍ଠାତ୍ରୀ ଦେବୀ ମା ମଝିଘରିଆଣୀ ଙ୍କ ଆଳତି ଉପରେ ଆଧାରିତ ଏକ ଆଧ୍ୟାତ୍ମିକ ସଂଗୀତ ଅତିଶୀଘ୍ର ମୁକ୍ତିଲାଭ କରିବାକୁ ଯାଉଛି । ଏହି ସଂଗୀତଟି ର ନିର୍ଦ୍ଦେଶନା କରିଛନ୍ତି ବି.କେ ମହାନ୍ତି ।WhatsApp Image 2023 04 08 at 19.44.35 ମା ମଝିଘରିଆଣୀ ଙ୍କ ଆଳତି ସଂଗୀତର ଭିଡ଼ିଓ ସୁଟିଂ ଆରମ୍ଭ

ସେହିପରି ଏହି ସଂଗୀତ ର ପ୍ରଯୋଜକ, ଲେଖକ ଓ ଗାୟକ ହେଲା ସେଞ୍ଚୁରିଅନ ଶିକ୍ଷ୍ୟାନୁଷ୍ଟାନ ର ନିର୍ଦ୍ଦେଶକ ରାଜେଶ କୁମାର ପାଢ଼ୀ । ଏହି ସଂଗୀତ ମୁମ୍ୱାଇ ର ଏକ ଷ୍ଟୁଡ଼ିଓରେ ପ୍ରସ୍ତୁତ କରାଯାଇଥିବା ବେଳେ ଏଥିରେ ରାଜେଶ କୁମାର ପାଢ଼ୀଙ୍କ ସହ ଲୋକପ୍ରିୟ କଣ୍ଠଶିଳ୍ପୀ ଅନୁରାଧା ପାଉଡୱାଲ କଣ୍ଠଦାନ କରିଛନ୍ତି । ଏହି ସଂଗୀତଟି ବି ଫିଲ୍ମ ପ୍ରାଇଭେଟ୍ ଲିମିଟେଡ ପକ୍ଷରୁ ସମ୍ପାଦନ କରାଯାଇଛି । ସେହିପରି ଭୁବନେଶ୍ୱର ର ପ୍ରକାଶ କୁମାର ବେହରା ଓ ନରେନ୍ଦ୍ର କୁମାର ମହପାତ୍ର ଏହି ସଂଗୀତ ଟି ଦଳ ଟ୍ରେକ୍ ପ୍ରସ୍ତୁତ କରିବାରେ ସହଯୋଗ କରିଥିଲେ । ଆଜି ମା ମଝିଘରିଆଣୀ ଙ୍କ ଆଳତି ସଂଗୀତ ର ଭିଡ଼ିଓ ସୁଟିଂ ପିତାମହଳ ସ୍ଥିତ ଚନ୍ଦ୍ରକଳା ଫାର୍ମହାଉସ ଠାରେ ଆରମ୍ଭ ହୋଇଛି । ଏଥିରେ ମୁଖ୍ୟ ଭୂମିକାରେ ରାଜେଶ କୁମାର ପାଢ଼ୀ ଓ ସେଞ୍ଚୁରିଅନ ଶିକ୍ଷାନୁଷ୍ଠାନର ପ୍ରଶାସକ ଅଧିକାରୀ ସସ୍ମିତା ମହାନ୍ତି ଅଭିନୟ କରିଛନ୍ତି । ଏହି ସଂଗୀତ ଟି ସମସ୍ତ ଦର୍ଶକଙ୍କ ମନକୁ ଛୁଇଁବ ବୋଲି ଆଶା ରହିଛି ।