ବିଷୁବ ବନ୍ଧୁମିଳନ ଉତ୍ସବ କମିଟି ତରଫରୁ ମହିଳା ମାନଙ୍କ “ଓଡ଼ିଆ ପିଠା ପ୍ରସ୍ତୁତି” କାର୍ଯ୍ୟକ୍ରମ

0
267
ବିଷୁବ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ରାୟଗଡା, (୦୯/୦୪) : ଆଜି ବିଷୁବ ବନ୍ଧୁମିଳନ ଉତ୍ସବ କମିଟି, ରାୟଗଡା ଜିଲ୍ଲା ତରଫରୁ ମହିଳା ମାନଙ୍କ ପାଇଁ “ଓଡ଼ିଆ ପିଠା ପ୍ରସ୍ତୁତି” କାର୍ଯ୍ୟକ୍ରମ ରାୟଗଡା ନଗର ସ୍ଥିତ କୃଷ୍ଣଚନ୍ଦ୍ର ନଗର ଭବନ ଠାରେ ଆୟୋଜିତ ହୋଇଥିଲା ।WhatsApp Image 2023 04 09 at 06.31.54 ବିଷୁବ ବନ୍ଧୁମିଳନ ଉତ୍ସବ କମିଟି ତରଫରୁ ମହିଳା ମାନଙ୍କ "ଓଡ଼ିଆ ପିଠା ପ୍ରସ୍ତୁତି" କାର୍ଯ୍ୟକ୍ରମ

ବିଷୁବ ବନ୍ଧୁମିଳନ ଉତ୍ସବ କମିଟି ତରଫରୁ ମହିଳା ମାନଙ୍କ କାର୍ଯ୍ୟକ୍ରମ ରେ ସମୁଦାୟ ୩୪ ଜଣ ମହିଳା ଅଂଶଗ୍ରହଣ କରିଥିଲେ । ଏହି ପ୍ରତିଯୋଗୀତାରେ ଶ୍ରୀମତୀ ଦିପ୍ତୀ ମହାନ୍ତି ପ୍ରଥମ ସ୍ଥାନ, ଶ୍ରୀମତୀ ସଂଯୁକ୍ତା ମିଶ୍ର ଦ୍ଵିତୀୟ ସ୍ଥାନ, ଶ୍ରୀମତୀ ସଂଯୁକ୍ତା ଚାମୁଣ୍ଡା ତୃତୀୟ ସ୍ଥାନ ରେ ରହିଥିଲେ । କମିଟି ସଭାପତି ଡ଼ଃ ନିରଞ୍ଜନ ପ୍ରସାଦ ବକ୍ସିପାତ୍ରଙ୍କ ନେତୃତ୍ୱରେ ଆୟୋଜିତ ଉତ୍ସବର ଏହି ପ୍ରତିଯୋଗୀତା କୁ ଶ୍ରୀମତୀ ସୁଶ୍ରୀତା ଦାଶ, ଶ୍ରୀମତୀ ବିଦୁଲତା ହୁଈକା, ଶ୍ରୀମତୀ ଭାରତୀ ଚୌଧୁରୀ ଏବଂ ଶ୍ରୀ କେ.କେ ଜେନା ପରୀକ୍ଷଣ କରିଥିଲେ । ସେହିଭଳି ଭାବେ ୫ ରୁ ୧୫ ବର୍ଷ ବର୍ଗର ପିଲା ମାନଙ୍କୁ ନେଇ ଓଡ଼ିଆ ଗୀତ ମାଧ୍ୟମରେ ନୃତ୍ୟ ପ୍ରତିଯୋଗୀତା ଆୟୋଜିତ ହୋଇସାରିଛି । ଏଥିରେ ସମୁଦାୟ ୩୦ ଜଣ ପିଲା ଭାଗ ନେଇଥିଲେ ।

ଏଥିରେ ସୁଶ୍ରୀ ସମୃଦ୍ଧି ଦାଶ ପ୍ରଥମ, ସୁଶ୍ରୀ ଦିବ୍ୟାଂଶା ସାହୁ ଦ୍ଵିତୀୟ ଓ ରିତିକା ବେହେରା ତୃତୀୟ ସ୍ଥାନ ଗ୍ରହଣ କରିଛନ୍ତି । ଏହା ସହ ସୁଶ୍ରୀ ସମୃଦ୍ଧି ଛୁଆଳସିଂ ଏବଂ ସୁଶ୍ରୀ ପ୍ରଜ୍ଞାନୀ ସାହୁ ଙ୍କୁ ଅତିରିକ୍ତ ସ୍ଥାନ ଗ୍ରହଣ କରିଛନ୍ତି । ଏହି ପ୍ରତିଯୋଗୀତା କୁ ଶ୍ରୀମତୀ ସସ୍ମିତା ସାମଲ, ଶ୍ରୀମତୀ ଚିରଶ୍ମିତା ନାୟକ ଏବଂ ଶ୍ରୀ ରାଜେଶ ପାଢ଼ୀ ପରୀକ୍ଷଣ କରିଥିଲେ । ଶ୍ରୀମତୀ ଶୁଭ୍ରା ପଣ୍ଡା ଙ୍କ ସହ ଅନ୍ୟାନ୍ୟ ସଂଯୋଜିକା ଗଣ ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ । ଏହି ବିଷୁବ ବନ୍ଧୁ ମିଳନ ଉତ୍ସବ ଆସନ୍ତା ୧୪ ଓ ୧୫ ଦୁଇଦିନ ଧରି ରାୟଗଡା ସଦରମହକୁମା ସ୍ଥିତ ଜିସିଡ଼ି ହାଇସ୍କୁଲ ପଡ଼ିଆ ଠାରେ ଆୟୋଜିତ ହେବ ।