ଜଙ୍ଗଲରୁ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

0
122
ଜଙ୍ଗଲରୁ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ବାଲେଶ୍ୱର, (୦୯/୦୪) : ବାଲେଶ୍ଵର ଚାନ୍ଦିପୁର ଥାନା ହିଡିଗାଁ ଜଙ୍ଗଲରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ଫାଙ୍କା ସ୍ଥାନ ଥିବା ଏକ ଗଛରେ ଜିନ୍ସ ପ୍ୟାଣ୍ଟରେ ମୃତ ଦେହ ଝୁଲୁଥିବା ଦେଖିବାକୁ ମିଳିଥିଲା ।

ଜଙ୍ଗଲରୁ ମୃତଦେହ ଉଦ୍ଧାର । ମୃତକ ହେଲେ ହିଡିଗାଁ’ର ଗୋପି ସିଟ (୪୫) । ସେ ଶୁକ୍ରବାର ସନ୍ଧ୍ୟାରେ ନିକଟସ୍ଥ ବଜାରକୁ ଯାଇଥିଲେ । ଶନିବାର ସକାଳ ପର୍ଯ୍ୟନ୍ତ ଘରକୁ ନ ଫେରିବାରୁ ପରିବାର ଲୋକେ ଖୋଜା ଖୋଜି କରିଥିଲେ । ପରେ ବିଲ ମଝିରେ ଥିବା ଏକ ଗଛରେ ମୃତ ଶରୀର ଝୁଲୁଥିବା ଦେଖିବାକୁ ପାଇଥିଲେ । ଏ ନେଇ ପୁଲିସକୁ ଖବର ଦେଇଥିଲେ । ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ନିମନ୍ତେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ । ଏହା ହତ୍ୟା ନା ଆତ୍ମହତ୍ୟା ଏ ନେଇ ପୁଲିସ ତଦନ୍ତ ଆରମ୍ଭ ହୋଇଛି ।