ଚନ୍ଦ୍ରଶେଖରପୁର ଥାନା ପୋଲିସକୁ ସଫଳତା

0
98
ସଫଳତା

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର, (୦୯/୦୪) : ଲୁଟ୍ ର ୧୨ ଘଣ୍ଟା ମଧ୍ୟରେ ଲୁଟେରାଙ୍କୁ ଧରିଲା ପୋଲିସ । ଚନ୍ଦ୍ରଶେଖରପୁର ଥାନା ପୋଲିସକୁ ସଫଳତା ।

ଗତକାଲି କେନ୍ଦ୍ରୀୟ ବିଦ୍ୟାଳୟ ପ୍ରଧାନ ଶିକ୍ଷକଙ୍କ ଘରୁ ହୋଇଥିଲା ଲୁଟ୍ । ଆପୋଲୋ ବିହାର ପ୍ଲଟ ନମ୍ବର ୭ରୁ ଝରକା ତାଡି ହୋଇଥିଲା ଲୁଟ୍ । ବିକ୍ରମ ବର୍ମାଙ୍କ ଘର ଝରକା ତାଡି ସୁନା, ଟଙ୍କା ଲୁଟିଥିଲେ ଲୁଟେରା । ସିସିଟିଭି ଆଧାରରେ ୩ ଜଣଙ୍କୁ ଗିରଫ କଲା ପୋଲିସ । ଲୁଟ୍ ହୋଇଥିବା ସୁନା ଓ ଟଙ୍କା ମଧ୍ୟ ଜବତ ହୋଇଛି । ୫ ଚୋରଙ୍କ କାରନାମା ସିସିଟିଭିରେ କଏଦ ହୋଇଛି ।