ଛାତରୁ ଡେଇଁ ପଡିଲେ ଛାତ୍ର

0
164
ଛାତ୍ର

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ବାଲେଶ୍ୱର, (୩୧/୦୩) : ଛାତରୁ ଡେଇଁ ଡାକ୍ତରୀ ଛାତ୍ର ମୃତ । ଏଭଳି ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲାରେ । ହଷ୍ଟେଲ ଛାତ ଉପରୁ ଡେଇଁ ପଡିଲେ ଡାକ୍ତରୀ ଛାତ୍ର ।

ଗତକାଲି ବିଳମ୍ବିତ ରାତିରେ ଛାତରୁ ଡେଇଁ ଆତ୍ମହତ୍ୟା କରିଛନ୍ତି ଫକୀରମୋହନ ସରକାରୀ ମେଡିକାଲ କଲେଜ ତୃତୀୟ ବର୍ଷର ଡାକ୍ତରୀ ଛାତ୍ର ହିତେଷ୍ଣୁ ଦାସ । ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି । ଗତକାଲି ନାଇଟ-ସୋ ସିନେମା ଦେଖି ସାଙ୍ଗଙ୍କ ସହିତ ହଷ୍ଟେଲ ଫେରିଥିଲେ ହିତେଷ୍ଣୁ । ବାପାଙ୍କୁ ଆଇ ଲଭ୍ ୟୁ ମେସେଜ୍ ଦେବାପରେ ଛାତରୁ ଡେଇଁ ପଡିଥିବା ସୂଚନା । ତେବେ ପ୍ରକୃତ ଘଟଣା କ’ଣ ରହିଛି ତାହା ଜଣାପଡିନାହିଁ । ଏ ଘଟଣାରେ ପୋଲିସ ତାର ତଦନ୍ତ ଜାରି ରହିଛି ।