ନୂଆବର୍ଷ ରେ ନିୟମ ଉଲ୍ଲଙ୍ଘନ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ : ଭୁବନେଶ୍ୱର ଡିସିପି

0
197
ନୂଆବର୍ଷ ରେ ନିୟମ

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର, (୩୧/୧୨) : ରାତିପାହିଲେ ନୂଆ ବର୍ଷ । ନୂଆବର୍ଷ ରେ ନିୟମ ଉଲ୍ଲଙ୍ଘନ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏହି ନୂଆବର୍ଷ ସେଲିବ୍ରେସନ ଭୁବନେଶ୍ୱରବାସୀ କିପରି ନିରାପତା ଭାବେ କରିବେ ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ ଭିଡିଓ ବାର୍ତ୍ତା ଦେଇ ସଚେତନ କରିଛନ୍ତି ।

ସେ କହିଛନ୍ତି, ନୂଆବର୍ଷ ସେଲିବ୍ରେସନ ବେଳେ ଟ୍ରାଫିକ୍ ନିୟମ ମାନନ୍ତୁ । ମଦ ନିଶାରେ ଗାଡ଼ି ଚଲାନ୍ତୁ ନାହିଁ । ୫୦ କିମିରୁ ଅଧିକ ବେଗରେ ଗାଡ଼ି ଚଲାନ୍ତୁ ନାହିଁ । ପାର୍ଟିକୁ ଯାଉଥିଲେ ସାଥିରେ ଡ୍ରାଇଭର ନେଇକି ଯାଆନ୍ତୁ । ଡିସିପି ଆହୁରି କହିଛନ୍ତି, ନୂଆବର୍ଷ ପାଇଁ ବିଭିନ୍ନ ସ୍ଥାନରେ ଚେକିଂ କରାଯିବ । ନୋ ପାର୍କିଂ ଜୋନ୍‌ରେ ଗାଡ଼ି ରଖନ୍ତୁ ନାହିଁ । କେହି ନୂଆବର୍ଷ ରେ ନିୟମ ଉଲ୍ଲଙ୍ଘନ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ନୂଆ ବର୍ଷକୁ ସ୍ୱାଗତ ଲାଗି ସବୁଠି ଚାଲିଛି ଜୋରଦାର ପ୍ରସ୍ତୁତି । ନାଚ ଗୀତ ସାଙ୍ଗକୁ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଭିତରେ ଜିରୋ ନାଇଟ୍ ସେଲିବ୍ରେସନ ପାଇଁ ବିଭିନ୍ନ କ୍ଲବ୍ ଏବଂ ହୋଟେଲରେ ହେଉଛି ବଡ଼ ଆୟୋଜନ । ସଭିଏଁ ଜିରୋ ନାଇଟ୍ ସେଲିବ୍ରେସନକୁ ଅପେକ୍ଷା କରିଛନ୍ତି । ଚିକ୍‌ମିକ୍ ଆଲୋକରେ ହୋଟେଲକୁ ସଜାଯାଇଛି । ଆଉ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତ ହେଲାଣି ଷ୍ଟେଜ୍ । ଖାଲି ମନୋରଂଜନ କାର୍ଯ୍ୟକ୍ରମ କାହିଁକି, ସହରର ବିଭିନ୍ନ କ୍ଲବ ଓ ହୋଟେଲରେ ସୁସ୍ୱାଦୁ ଖାଦ୍ୟପେୟର ବ୍ୟବସ୍ଥା ବି କରାଯାଇଛି ।