ରୂପେଲି ପରଦାରେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ : ଶୁଭେଚ୍ଛା ଜଣାଇଲେ ଅନୁଭବ

0
199

ରିପୋର୍ଟ : ସୁଭାସିସ ନାୟକ
ଭୁବନେଶ୍ୱର,(୨୫/୦୮) : ଖୁବଶୀଘ୍ର ରୂପେଲି ପରଦାରେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ଦେଖିବାକୁ ମିଳିବ । ବର୍ଷା ପ୍ରିୟଦର୍ଶିନୀ (Varsha Priyadarshini) ଫେସବୁକରେ ଫଟୋ ପୋଷ୍ଟ କରିବା ସହ ଲେଖିଛନ୍ତି, ‘ଆଜି ମୋର ଆଗାମୀ ଚଳଚ୍ଚିତ୍ର ‘ବିଜୟିନୀ’ର ଶୁଭ ମହୁରତ କଟକ ଠାରେ ଅନୁଷ୍ଠିତ ହୋଇଯାଇଛି ।

ଏହି ଚଳଚ୍ଚିତ୍ର ମାଧ୍ୟମରେ ରୂପେଲି ପରଦାରେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଙ୍କ ଏକ ନୂତନ ଯାତ୍ରା ପାଇଁ ପୁରା କାଷ୍ଟ ଏବଂ କ୍ରୁଙ୍କ ନିମନ୍ତେ ଏହା ଏକ ବିଶେଷ ଉତ୍ସବ ଥିଲା । ଏହି ପ୍ରୋଜେକ୍ଟ ପାଇଁ ଏକାଠି ହୋଇଥିବାରୁ ସମସ୍ତଙ୍କୁ ମୁଁ ଧନ୍ୟବାଦ ଜଣାଇବା ସହିତ ପ୍ରତିଭାବାନ ଟିମ ସହିତ କାମ କରିବା ପାଇଁ ମୁଁ ବିଶେଷ ଉତ୍ସାହିତ ଅଛି ।’

ବିଜୟିନୀ ଚଳଚ୍ଚିତ୍ର ମହିଳା ସଶକ୍ତିକରଣ ଉପରେ ଆଧାରିତ ଏବଂ ମୁଁ ନିଶ୍ଚିତ ଯେ ଏହି ଚଳଚ୍ଚିତ୍ରର କାହାଣୀ ମହିଳାମାନଙ୍କୁ ଉତ୍ସାହିତ କରିବ ଏବଂ ସେମାନଙ୍କୁ ସ୍ୱର ଉତ୍ତୋଳନ ନିମନ୍ତେ ପ୍ରେରଣା ଯୋଗାଇବ । ମୁଁ ଏହି ଅବସରରେ ଚଳଚ୍ଚିତ୍ରର ନେତୃତ୍ୱ ନେବାକୁ ଥିବା ଅତି ପ୍ରତିଭାଶାଳୀ ତଥା ଦୂରଦୃଷ୍ଟି ସମ୍ପନ୍ନ ମହିଳାଙ୍କ ଟିମକୁ ଆପଣଙ୍କ ସାମ୍ନାରେ ଉପସ୍ଥାପନ କରିବାକୁ ଚାହୁଁଛି ।

ପ୍ରଯୋଜିକା ସଙ୍ଗିତା କାଣ୍ଡୋଇ, ଷ୍ଟାଇଲିଂ ପାର୍ଟନର ସୁକିର୍ତ୍ତୀ ଜୀ ଏବଂ ଚଳଚ୍ଚିତ୍ର ପାଇଁ ଆମର ଅଳଙ୍କାର ପାର୍ଟନର ଭିସିଲଭରର କ୍ରିନା ଭୋରା ଜୀ ସେଥି ମଧ୍ୟରେ ଅନ୍ୟତମ । ଏହି ନୂତନ ପ୍ରୋଜେକ୍ଟ ପାଇଁ ପୁରା ଟିମକୁ ମୋର ଆନ୍ତରିକ ଧନ୍ୟବାଦ ଓ ଶୁଭେଚ୍ଛା’ ବୋଲି ବର୍ଷା କହିଛନ୍ତି ।