ବାଇକ ଚୋରୀ କରି ଫେରାର ହେଉଥିବା ବେଳେ ବାଇକ ଚୋରଙ୍କୁ ଧରି ପୋଲିସ ଜିମା ଦେଲେ ଲୋକେ

0
289

ରିପୋର୍ଟ : ବିମଳେନ୍ଦୁ ସାହୁ
ବଲାଙ୍ଗୀର,ଲୋଇସିଂହା,(୨୫/୦୮) : ବାଇକ ଚୋରୀ କରି ଫେରାର ହେଉଥିବା ବେଳେ ଲୋଇସିଂହା ଥାନା ଝରଣୀପାଲି ଠାରେ ସ୍ଥାନୀୟ ଲୋକେ ଲୁଟେରା ମାନଙ୍କୁ କାବୁ କରିଥିବା ଜଣାଯାଇଛି l

ଝରଣିପାଲି ପଞ୍ଚାୟତ ପୋଢ଼ପାଲି ଗ୍ରାମର ଭଗବାନ ସାହୁ ନିଜ ହେରୋହୋଣ୍ଡା ଗାଡ଼ିରେ ଜମିକୁ ମୁଗଚାଷ ଦେଖିବାକୁ ଯାଇଥିଲେ । ରାସ୍ତାକଡରେ ବାଇକ ରଖି ଲୋକଙ୍କ ସହ ନିଜ କାର୍ଯ୍ୟରେ ବ୍ୟସ୍ତ ଥିଲେ l ହଠାତ ସେହି ସମୟରେ ଗାଇସିଲେଟ ବ୍ଲକ ତେଲିପାଲି ଗ୍ରାମର ରାହୁଲ ସାହୁ ଓ ପୁଖାପାଲି ଗ୍ରାମର ପଦ୍ମଲୋଚନ ସାହୁ ତାଙ୍କ ବାଇକ ଚୋରୀ କରି ନେଇ ଫେରାର ହୋଇ ଯାଇଥିଲେ । ସେମାନଙ୍କୁ ଧରିବା ପାଇଁ ଭଗବାନ ତାଙ୍କ ପଛରେ ଦୌଡିଥିଲେ ହେଁ ଲୁଟେରା ଦ୍ୱୟ ସେଠାରୁ ବାଇକ ନେଇ ଚମ୍ପଟ ମାରିଥିଲେ ।

ଏ ନେଇ ଭଗବାନ ଆଖପାଖ ନିଜ ଚିହ୍ନା ଲୋକଙ୍କୁ ଫୋନ ଯୋଗେ ସୂଚିତ କରିଥିଲେ । କରକଚିଆ ଛକଠାରୁ ଲୁଟେରା ମାନେ ପୁଣି ଫେରୁଥିବା ବେଳେ ପୋଢ଼ପାଲି ଛକ ଠାରେ ଲୋକଙ୍କ ହାବୁଡ଼ରେ ପଡ଼ିଥିଲେ । ଦୁହିଁଙ୍କୁ ଲୋକେ ଉତ୍ତମ ମଧ୍ୟମ ଦେବା ସହିତ ପରେ ଲୋଇସିଂହା ପୋଲିସ ଜିମା ଦେଇଥିଲେ ।