ଅସହାୟ ରୋଗୀଙ୍କୁ ସହାୟତା ର ହାତ ବଢ଼ାଇ ଅଧା ବାଟରେ ଛାଡିଦେଲା ପ୍ରଶାସନ

0
273

ରିପୋର୍ଟ : ସୁଶାନ୍ତ ବେହେରା
ବୌଦ୍ଧ,(୨୪/୦୮) : ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ୍ ଲମ୍ବସରୀ ଗ୍ରାମ ପଞ୍ଚାୟତ ପିଣ୍ଡା ପଦର ଗ୍ରାମର ଜଣେ ୧୨ ବର୍ଷୀୟା ବାଳିକା ଜୀବନ ମୃତ୍ୟୁ ସହ ସଂଗ୍ରାମ କରୁଥିବା ବେଳେ ପ୍ରଶାସନ ଅସହାୟ ରୋଗୀଙ୍କୁ ସହାୟତା କରିବl ନାମରେ ଘରୁ ନେଇ ଅଧା ବାଟରେ ଛାଡି ଦେବା ଭଳି ବିସ୍ମୟକର ଘଟଣା ଦେଖିବାକୁ ମିଳିଛି l

ଖାଲି ସେତିକି ନୁହେଁ ଅସହାୟ ରୋଗୀଙ୍କୁ ସହାୟତା ର ହାତ ବଢ଼ାଇ ଅଧା ବାଟରେ ଛାଡିଦେବାର ପ୍ରଶାସନର ଖାମଖିଆଲି ମନୋଭାବ ଯୋଗୁଁ ଛୁଆର ତ ଚିକିତ୍ସା ହୋଇ ପାରିଲା ନାହିଁ ବରଂ ହଇରାଣ ହେବା ସହ ଅର୍ଥ ଦଣ୍ଡ ମଧ୍ୟ ଭୋଗିବାକୁ ପଡିଲା ଗରୀବ ଦୁଃସ୍ଥ ପରିବାରକୁ l ମିଳିଥିବା ସୂଚନା ଅନୁଯାୟୀ ପିଣ୍ଡା ପଦର ଗ୍ରାମର ସପୁର ପ୍ରଧାନ ଓ ସାବି ପ୍ରଧାନଙ୍କ ଝିଅ ବହୁ ଦିନ ହେଲା ସିକିଲିନ୍ ବା ରକ୍ତ ଶିକୁଳୀ ରୋଗରେ ଆକ୍ରାନ୍ତ ହୋଇ ତାର ଚିକିତ୍ସl କରିକରି ପରିବାର ସର୍ବସ୍ୱାନ୍ତ ହୋଇ ସାରିଲେଣି l

ନିୟମିତ ବ୍ୟବଧାନରେ ରକ୍ତ ଦେବାକୁ ପଡୁଥିବା ହେତୁ ବିଭିନ୍ନ ଲୋକଙ୍କୁ ରକ୍ତଦାନ କରିବାକୁ ନେହୁରା ହେବାକୁ ପଡୁଛି l ଏକ ଗରୀବ ପରିବାର ହୋଇଥିବା ହେତୁ ଝିଅକୁ ଆବଶ୍ୟକ ଚିକିତ୍ସl ଯୋଗାଇ ଦେବାରେ ବାପା ମା ଅକ୍ଷମ l ନିଜ ସମ୍ବଳ ଭିତରେ ସୋନପୁର ଡାକ୍ତର ଖାନା ପର୍ଯ୍ୟନ୍ତ ଆଣି ଚିକିତ୍ସl କରିଥିବା ଓ ରକ୍ତ ଦେଉଥିବା ଜଣା ପଡିଛି l ଡାକ୍ତର ଲେଖୁଥିବା ଔଷଧ କିଣିବାକୁ ବି ପରିବାର ଆଉ ସକ୍ଷମ ନୁହେଁ l ଯେତେଦିନ ତାର ଆୟୁଷ ଅଛି ସେ ବଞ୍ଚିଥାଉ ଆଉ ଚିକିତ୍ସl କରିବା ପାଇଁ ମୋ ହାତରେ ସମ୍ବଳ ନାହଁ ବୋଲି ଲୁହ ଛଳ ଛଳ ଆଖିରେ କହନ୍ତି ତାର ବାପା ଶଙ୍କର l

ଏ ସମ୍ପର୍କରେ ବିଭିନ୍ନ ଗଣ ମାଧ୍ୟମରେ ଖବର ପ୍ରକାଶିତ ହେବା ପରେ ସ୍ୱାସ୍ଥ୍ୟ ବିଭାଗ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ କ୍ରମେ ଝିଅର ଚିକିତ୍ସା ପାଇଁ ଗାଡି ପଠାଇ ବୌଦ୍ଧ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ l ଗୋଟିଏ ପାକେଟ୍ ରକ୍ତ ଦେବା ପରେ ଡାକ୍ତର ମାନଂକ ପରାମର୍ଶ କ୍ରମେ କୁନି ଝିଅକୁ ଆମ୍ବୁଲାନସ୍ ଯୋଗେ ପଠା ଯାଇଥିଲା ବୁର୍ଲା ଡାକ୍ତରଖାନା l

ଆମ୍ବୁଲାନସ୍ କର୍ମଚାରୀ ମାନେ ତାକୁ ନେଇ ବୁର୍ଲା ଡାକ୍ତରଖାନା ବାହାରେ ଛାଡି ଆସିଥିଲେ l ଝିଅକୁ ଡାକ୍ତରଖାନାରେ ଆଡମିଶନ ନ କରି ଚାଲି ଆସିବାରୁ ଅଶିକ୍ଷିତ ବାପା ଓ ମା ଛୁଆକୁ ନେଇ ଲୋକଙ୍କ ପାଖରେ ନେହୁରା ହେବା ପରେ ବୁର୍ଲାର କୌଣସି ଜଣେ ବ୍ୟକ୍ତି ଡାକ୍ତରଖାନା ରେ ଭର୍ତ୍ତି କରିଦେଲେ l ସାଲାଇନ ଗୋଟିଏ ଲଗାଇବା ପରେ ଝିଅକୁ ବୁର୍ଲାରୁ କଟକ ରେଫର କରି ଡିସ୍ ଚାର୍ଜ କରି ଦିଆଗଲା l ଶେଷରେ ଅନେକ ଅଭାବ ଅନାଟନ ସତ୍ତ୍ୱେ ୩ ହଜାର ଟଙ୍କାରେ ଗୋଟିଏ ଘରୋଇ ଟାକ୍ସି ଭଡ଼ା କରି ରୋଗୀଣା ଛୁଆକୁ ଧରି ପିଣ୍ଡା ପଦର ଘରକୁ ଫେରି ଆସିଲେ l

ଗାଆଁ ରେ ପହଞ୍ଚିଲେ ଟାକ୍ସି ବାଲାକୁ ଭଡ଼ା ଦେବାକୁ କହି ଥିବାରୁ ଗାଆଁର କୌଣସି ଲୋକଙ୍କ ଠାରୁ ୩ ହଜାର ଟଙ୍କା ଧାର କରି ଟାକ୍ସି ଭଡ଼ା ଚୁକ୍ତି କରିଥିଲେ | ସରକାର ଗରୀବ ଲୋକଙ୍କ ଚିକିତ୍ସl ପାଇଁ କୋଟି କୋଟି ଟଙ୍କା ବାର୍ଷିକ ଖର୍ଚ୍ଚ କରୁଥିବା କହୁଥିଲେ ମଧ୍ୟ ଏ ନାବାଳିକl ଗରୀବ ଛୁଆକୁ ସରକାର ଚିକିତ୍ସା ସହାୟତା କରିବl ଦୂରର କଥା ବରଂ ବୋଝ ଉପରେ ନଳିତା ବିଡା ସଦୃଶ ୩ ହଜାର ଟଙ୍କାର କରଜ ଲଦି ଦେଇଥିବା ଦେଖିବାକୁ ମିଳିଛି l ବାପା ମା ପାଖରେ ବର୍ତ୍ତମାନ କୌଣସି ସମ୍ବଳ ନଥିବା ହେତୁ ସେମାନେ ଭଗବାନଙ୍କ ଉପରେ ହାତ ଟେକି ଦେଇ ଝିଅର ମୃତ୍ୟୁ ଦିନକୁ ହିଁ ଅପେକ୍ଷା କରି ରହିଥିବା ଦୁଃଖର ସହ କହୁଛନ୍ତି l

ସେମାନେ ଅଶିକ୍ଷିତ ଓ ବିଶେଷ ଜ୍ଞାନ ନଥିବା ହେତୁ ତାଙ୍କୁ କିଏ ଘରୁ ନେଲା ଓ କିଏ ବୌଦ୍ଧରୁ ବୁର୍ଲା ଡାକ୍ତରଖାନା ପଠାଇଲା ସେ ସମ୍ପର୍କରେ ମଧ୍ୟ କିଛି ଜାଣି ନଥିବା ପ୍ରକାଶ କରିଛନ୍ତି | ସହାୟତା ନାମରେ ଗୋଟିଏ ଅସହାୟ ପରିବାରକୁ ହୀନସ୍ତା କରାଯିବା ଘଟଣାର ତଦନ୍ତ କରାଯିବା ସହ ତାକୁ ଆବଶ୍ୟକ ଚିକିତ୍ସା ଯୋଗାଇ ଦେବାକୁ ଗ୍ରାମବାସୀ ଜିଲ୍ଲାପାଳଙ୍କୁ ଅନୁରୋଧ କରିଛନ୍ତି |