ମିଲଟାରୀ ଷ୍ଟେସନ୍‌ ରେ ଗୁଳିକାଣ୍ଡ : ପ୍ରାଣ ହରାଇଲେ ୪ ଜଣ

0
108
ଜଣ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ନୂଆଦିଲ୍ଲୀ, (୧୨/୦୪) : ସେନା ଛାଉଣୀରେ ଗୁଳିକାଣ୍ଡ । ପଞ୍ଜାବର ଭଟିଣ୍ଡା ମିଲଟାରୀ ଷ୍ଟେସନ୍‌ ରେ ଏହି ଗୁଳି କାଣ୍ଡ ଘଟିଛି ।

ଏଥିରେ ୪ ଜଣଙ୍କ ମୃତ ଘଟିଥିବା ସୂଚନା ମିଳିଛି । ଗୁଳିକାଣ୍ଡ ପରେ ସେନା ଛାଉଣୀକୁ ସିଲ କରାଯିବା ସହ ସର୍ଚ୍ଚ ଅପରେସନ୍‌ ଜୋରଦାର କରାଯାଇଥିବା ସୂଚନା । ସୂଚନାମୁତାବକ, ଆଜି ଭୋର ୪.୩୫ ସମୟରେ ଏହି ଗୁଳିକାଣ୍ଡ ଘଟିଛି । ସୂଚନା ମିଳିଛି ଯେ ଆକ୍ରମଣକାରୀ ସାଦା ପୋଷାକରେ ଥିଲା । ଭଟିଣ୍ଡା ଏସଏସ୍‌ପି କହିଛନ୍ତି ଯେ ଏହା ଆତଙ୍କବାଦୀ ହମଲା ନୁହେଁ । କିନ୍ତୁ କିଏ ଓ କ’ଣ ପାଇଁ ଗୁଳିମାଡ଼ କରିଛି, ସେକଥା ଜଣାପଡ଼ିନି।