ସାଢେ ୧୧ ଟାରେ ଭୁବନେଶ୍ୱରରେ ୩୮ ଡିଗ୍ରୀ ରେକର୍ଡ

0
134
ସାଢେ ୧୧

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର, (୧୨/୦୪) : ସାଢେ ୧୧ ଟାରେ ଭୁବନେଶ୍ୱରରେ ୩୮ ଡିଗ୍ରୀ ରେକର୍ଡ । ଜଳୁଛି ସାରା ଓଡ଼ିଶା । ତତଲା କଡେଇରେ ସିଝୁଛି ପୂରା ଓଡିଶା । ଯେମିତି ଆକାଶରୁ ଅଗ୍ନିବର୍ଷା ହେଉଛି ।

ଡହ ଡ଼ହ ଖରାରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ । ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡ଼ିଲାଣି । ସେହିପରି ଝାରସୁଗୁଡାରେ ସାଢେ ୧୧ ଟା ସୁଦ୍ଧା ୩୮.୬ ଡିଗ୍ରୀ ରେକର୍ଡ ହୋଇଛି । ଆଗକୁ ଆହୁରି ତାତି ବଢିବ । ପ୍ରଚଣ୍ଡ ରୌଦ୍ରତାପ ନେଇ ୧୩ ଏପ୍ରିଲରୁ ୧୫ ଏପ୍ରିଲ ଯାଏଁ ଆଭ୍ୟନ୍ତରୀଣ ଜିଲ୍ଲାରେ ହିଟୱେଭ ଆଲର୍ଟ ଜାରି ହୋଇଛି । ଏପ୍ରିଲ ୧୩ରୁ ୧୫ ବର୍ଷିବ ନିଆଁ । ଆଜି ୧୧.୩୦ ସୁଦ୍ଧା ଭୁବନେଶ୍ବରର ତାପମାତ୍ରା ୩୮ ଡିଗ୍ରୀ ରେକର୍ଡ କରାଯାଇଛି । ଆଗାମୀ ୫ ଦିନ ପର୍ଯ୍ୟନ୍ତ ସ୍ଵାଭାବିକ ତାପମାତ୍ରା ଠାରୁ ୩ ରୁ ୫ ଡିଗ୍ରୀ ଅଧିକ ରହିବ ଦିନର ତାପମାତ୍ରା । ବିଶେଷ କରି ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ୩ ରୁ ୪ ଡିଗ୍ରୀ ଅଧିକ ରହିବ ।