କିନ୍ସାସା, କଙ୍ଗୋ ର ଜୟ ଜଗନ୍ନାଥ ଓଡ଼ିଆ ସମାଜ ଦ୍ୱାରା ଉତ୍କଳ ଦିବସ ଆୟୋଜିତ

0
254
କିନ୍ସାସା

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ନୂଆଦିଲ୍ଲୀ/କିନ୍ସାସା, (୬/୬) : କିନ୍ସାସା, କଙ୍ଗୋ ରେ ରହୁଥିବା ପ୍ରବାସୀ ଓଡ଼ିଆ ମାନଙ୍କ ଦ୍ୱରା ଧୂମ୍ ଧାମ୍ ରେ ଉତ୍କଳ ଦିବସ ପାଳିତ ହୋଇଯାଇଛି ।

ଓଡ଼ିଶାର ରାଜ୍ୟ ଗୀତ ବନ୍ଦେ ଉତ୍କଳଜନନୀ ସାମୂହିକ ଭାବେ ଗାନ କରି ଏହି ମହାନ ଓଡ଼ିଆ ପର୍ବ ର ଶୁଭାରମ୍ଭ କରାଯାଇଥିଲା । ଏହି ଅବସରରେ ଏଠାରେ ଥିବା ଓଡ଼ିଆ ଭାଇ ଓ ଭଉଣୀ ମାନେ ଆମେ ଓଡ଼ିଆ ଆମ ଭାଷା ବଢିଆ ଉପରେ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ଜୟ ଜଗନ୍ନାଥ ଓଡ଼ିଆ ସମାଜ ର ବରିଷ୍ଠ ସଦସ୍ୟ ରାଧାମୋହନ ଉତ୍କଳ ଦିବସ ର ମହତ୍ତ୍ଵ ଉପରେ ନିଜର ମନ୍ତବ୍ୟ ଦେଇଥିଲେ । କିନ୍ସାସା, କଙ୍ଗୋ ରେ ରହୁଥିବା ଓଡ଼ିଆ ଶିଶୁ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ସମସ୍ତ ଙ୍କୁ ବିମୋହିତ କରି ଦେଇଥିଲା । ଉପସ୍ଥିତ ସମସ୍ତ ଦର୍ଶକ ଙ୍କୁ ଓଡ଼ିଆ ପାରମ୍ପରିକ ଖାଦ୍ୟ ପରିବେଷଣ କରାଯାଇଥିଲା । ସର୍ବଶେଷରେ ଜୟ ଜଗନ୍ନାଥ ଓଡ଼ିଆ ସମାଜ ର ସଭ୍ୟ ସୌମ୍ୟରଞ୍ଜନ ଧନ୍ୟବାଦ ଭାଷଣ ଦେଇ ଏହି ପର୍ବ କୁ ସମାପନ କରିଥିଲେ ।