ଏ ଏମ ସି ଏସ କଲେଜ ର ୩୪ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

0
98
ଏ ଏମ ସି ଏସ

ରିପୋର୍ଟ : ଜଗଦୀଶ ଦାଶ
ଟିକାବାଲି, (୧୨/୪) : କନ୍ଧମାଳ ଜିଲ୍ଲା ଟିକାବାଲି ଏ ଏମ ସି ଏସ କଲେଜ ରେ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଦୀନବନ୍ଧୁ ମହାନ୍ତି ଙ୍କ ଅଧ୍ୟକ୍ଷତାରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଥିଲା ।

ଏହି କାର୍ଯ୍ୟକ୍ରମ ର ପ୍ରାରମ୍ଭ ରେ ଟିକାବାଲି ପାରମ୍ପରିକ ଲୋକକଳାକାର ସାଂସ୍କୃତିକ ର ସଭାପତି ନେତୃତ୍ୱ ରେ ପାରମ୍ପରିକ ବାଜାବାଦ୍ୟରେ ନିମନ୍ତ୍ରିତ ଅତିଥି ବୃନ୍ଦ ଙ୍କୁ କଲେଜ ର ମୁଖ୍ୟ ଦ୍ୱରା ରୁ ଅତି ଆଡ଼ମ୍ବରରେ ସ୍ୱାଗତ କରି ପଛେଟି ନିଆଯାଇଥିଲା । ଏବଂ କଲେଜ ର ନିର୍ମାଣ ହେଇଥିବା ନୂତନ ଶ୍ରେଣୀ ଗୃହ କୁ ମନ୍ତୀ ଅତୁନ ସବ୍ୟସାଚୀ ଙ୍କ ଦ୍ୱରା ଉଦଘାଟନ କରାଯାଇଥିଲା । ପରେ ପ୍ରଦୀପ ପ୍ରଯ୍ୟଳନ କରି ବିଧି ବଦ୍ଧ ଭାବରେ ଅତିଥି ଗଣ ଙ୍କୁ ଉତ୍ତରୀୟ ଦେଇ ସମ୍ମାନିତ କରାଯାଇ ଥିଲା । ଏହି ପରିପ୍ରେକ୍ଷୀରେ ଏ ଏମ ସି ଏସ ମହାବିଦ୍ୟାଳୟର ଅଧ୍ୟକ୍ଷ ଦୀନବନ୍ଧୁ ମହାନ୍ତି ୧୯୮୯ ମସିହାରେ ଆରମ୍ଭ ହୋଇ ଅତି ସୁରୁଖୁରୁରେ ଭାବରେ ଏବଂ ସଫଳ ଭାବରେ ପରିଚାଳିତ ହେଉଅଛି । ଏଣୁ ଏହାକୁ ଅଧିକ ଆକର୍ଷଣ ଓ ସଫଳ ହେବାପାଇଁ ମନ୍ତ୍ରୀ ମହୋଦୟଙ୍କ ସହଯୋଗ କାମନା ପ୍ରାଥନା କରିଥିଲେ ।

ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ଏବଂ ସମବାୟ ବିଭାଗ ର ମନ୍ତ୍ରୀ ଶ୍ରୀ ଯୁକ୍ତ ଅତୁନ ସଭ୍ୟ ସାଚି ନାୟକ, ଘୁ ଉଦୟଗିରି ବିଧାୟକ ଶ୍ରୀ ଯୁକ୍ତ ସାଲୁଗା ପ୍ରଧାନ, ଏସ ଡି ସି ଅଧକ୍ଷ କନ୍ଧମାଳ ରୋଦନ ମଲ୍ଲିକ, ଅଧ୍ୟକ୍ଷ ଜିଲ୍ଲା ପରିଷଦ କନ୍ଧମାଳ ସୁଶ୍ରୀ ନନ୍ଦିନୀ ମଲ୍ଲିକ, ବିଜୟକୁମାର ନାୟକ, ଅଧକ୍ଷ ସମବାୟ ସମିତି ଓଡିଶା, ପଦ୍ମଶ୍ରୀ ପୂର୍ଣ୍ଣମାସୀ ଯାନୀ (ତାଡିଶାରୁ ବାଇ), ମୁଖ୍ୟବକ୍ତା ଲକ୍ଷ୍ମୀ କାନ୍ତ ତ୍ରିପାଠୀ, ରେଜନାଲ ଡାଇରେକ୍ଟଟର ବ୍ରହ୍ମପୁର ମହାବିଦ୍ୟାଳୟ ର ସଭାପତି ଲଳିତେନ୍ଦୁ ପ୍ରଧାନ,ସମିତି ଅଧ୍ୟକ୍ଷ ଦିଲୀପ କହଁର, ସରପଞ୍ଚ କୁନ୍ଦରୁ ମଲ୍ଲିକ ଏହିପରି ପ୍ରମୁଖ ବ୍ୟକ୍ତିଙ୍କ ଦ୍ୱରା କଲେଜ ର ଅଧ୍ୟାପକ ଓ ଅଧ୍ୟାପିକା ମହୋଦୟ ଙ୍କୁ ଶିକ୍ଷା ର ମାନ ବୃଦ୍ଧି କରିବାରେ ଭୂମିକା ଥିବା ହେତୁ ଶ୍ରୀଯୁକ୍ତ ନରେନ୍ଦ୍ର ଡିଗଲ, ବନମାଳୀ ବେହେରା, ଙ୍କୁ ସାନମାନିତ କରାଯାଇଥିଲା ।

ଇତି ଅବସରରେ ନାରୀସୁରକ୍ଷା ମହିଳା ମହାସଂଘ, ଟିକାବାଲି ସାମ୍ବାଦିକ ସଂଘ ଓ କଳାକାର ସଂଘ ର ଆବାହକ ଶ୍ରୀ କ୍ରିଷ୍ଣା ଚନ୍ଦ୍ର ଡିଗଲ, ହେମନ୍ତ ମୁଖି, ସାନୁଜ ବେହେରା, ସଂଜୀବ ଡିଗଲ, ରାଜକିଶୋର ପ୍ରଧାନ, ଜିତେନ୍ଦ୍ର ପ୍ରଧାନ ରାମପଣ୍ଡା, ନାରୀନେତ୍ରୀ ଅପସରି ଡିଗଲ, ଅନିତା ଡିଗଲ ଅଞ୍ଚଳ ଉର୍ନତି ନେଇ ୧୬ ଗୋଟି ଦାବି ପୂରଣ ପରି ଦାବିପତ୍ର ପ୍ରଦାନ କରିଥିଲେ ଯଥା -ସମସ୍ତ ପ୍ରକାର ଭତା ପୂର୍ବପରି ପଞ୍ଚଯାତ କର୍ମଚାରୀ ଙ୍କ ଦ୍ୱରା ହାତାହାତି ଦିଆଯାଉ, କେଉଟସାହି ଛକ ବୁଲାଣି ଡ୍ରେନରାସ୍ତା ମରାମତି କରିବା, ଆବାସ ଗୃହର ସଂଖ୍ୟା ବୃଦ୍ଧି କରିବା ଓ କାର୍ଯ୍ୟା ଦେଶ ଦେବା, ଟୁଡୁବାଲି ଛକ ଠାରୁ ଗ୍ରାଡୀଙ୍ଗିଆ ପର୍ଯନ୍ୟା ପ୍ରଧାନମନ୍ତ୍ରୀ ସଡ଼କ କରାଯାଉ, କଟିମାହା ପଞ୍ଚଯାତ ଠାରୁ ଉପରଖୋଲ ପର୍ଯନ୍ତ ପ୍ରଧାନମନ୍ତ୍ରୀ ସଡ଼କ କରାଯିବା, ଟିପାରିଗାଁ ଠାରୁ ବପଲମେଣ୍ଡି ପର୍ଯନ୍ତ ସିକେର ଯୋଡି ଦେଇ ପ୍ରଧାନମନ୍ତ୍ରୀ ସଡ଼କ କରାଯିବା,କରେଣ୍ଟ ବିଲି ହ୍ରାସ କରାଯିବା, ଶୁଦ୍ଧ ପାନିୟଜଳ ର ସୁବ୍ୟସ୍ଥା କରିବା, ଏହିପରି ଏନେକ ଜନହିତକର ଦାବି ପୂରଣ ପାଇଁ ଦାବି ପତ୍ର ମନ୍ତ୍ରୀ ଅତୁନ ସଭ୍ୟ ସାଚି ନାୟକ, ଅଧ୍ୟକ୍ଷା ଜିଲ୍ଲା ପରିଷଦ, କନ୍ଧମାଳ ନନ୍ଦିନୀ ମଲ୍ଲିକ, ଏସ ଡି ସି ଅଧ୍ୟକ୍ଷ କନ୍ଧମାଳ ରୋଦନ ମଲ୍ଲିକ, ବିଧାୟକ ସାଲୁଗା ପ୍ରଧାନ, ଙ୍କୁ ଦାବି ପତ୍ର ପ୍ରଦାନ କରି ସଫଳ କରିବା ଗୁହାରି କରିଥିବା ଦେଖିବାକୁ ମିଳିଛି । ଏବଂ ଶେଷରେ କଲେଜ ଛାତ୍ର ଛାତ୍ରୀ ଙ୍କ ଦ୍ୱରା ଚିତା କର୍ଷକ ନୃତ୍ୟ ପରିବେଷଣ କରାଯାଇଥିଲା ଯାହାକି ଦର୍ଶକଙ୍କ ମନକୁ ବେଶ ଆକର୍ଷଣ କରିଥିଲା ।