ସ୍କୁଲ ନିକଟରୁ ୪୬ ଗ୍ରାମ ବ୍ରାଉନସୁଗାର ଜବତ

0
122
ଜବତ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଜଗତସିଂହପୁର, (୧୪/୦୪) : ଜଗତସିଂହପୁରରେ ଦୀର୍ଘ ଦିନ ପରେ ପୁଣି ଜବତ ହେଲା ବ୍ରାଉନ ସୁଗାର ।

ବାଲିକୁଦା ଥାନା ବାଲିକୁଦା ସ୍କୁଲ ନିକଟରୁ ୪୬ ଗ୍ରାମ ବ୍ରାଉନ ସୁଗାର ଜବତ ହୋଇଛି । ଯାହାର ମୁଲ୍ୟ 4,60,000 ଟଙ୍କା । କଣିଆ ଛକ ନିକଟରେ ୫୩ ଗ୍ରାମ ବ୍ରାଉନ ସୁଗାର ଜବତ କରିଛି ଅବକାରୀ ବିଭାଗ । ସେହିଭଳି ପାରାଦୀପ ପିପିଏଲ ଛକ ପିପିଏଲ ଗେଟ ସମ୍ମୁଖରୁ ୩୦ ଗ୍ରାମ ବ୍ରାଉନ ସୁଗାର ଜବତ କରାଯାଇଛି । ଜବତ ବ୍ରାଉନ ସୁଗାର ମୂଲ୍ୟ ଲକ୍ଷ୍ୟ ଲକ୍ଷ ଟଙ୍କା ହେବ ବୋଲି ଜଣା ପଡିଛି। ଏହି ଘଟଣାରେ ଅବକାରୀ ବିଭାଗ ୩ଜଣ ମାଫିଆଙ୍କୁ ଗିରଫ କରିଛି ।