ଆଗାମୀ ୨୪ ଘଣ୍ଟାରେ ଅନେକ ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନା

0
102
ଆଗାମୀ ୨୪

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର, (୧୮/୦୩) : ରାଜ୍ୟରେ ସକ୍ରିୟ ରହିଛି ପଶ୍ଚିମା ଝଡ । ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ହାଲକାରୁ ମଧ୍ୟମ ଧରଣର ବର୍ଷା ସହ ମେଘୁଆ ପାଗ ଦେଖିବାକୁ ମିଳିଛି । ଆଗାମୀ ୨୪ ଘଣ୍ଟା ଭିତରେ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ, ଉତ୍ତର ଓଡ଼ିଶାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ, ବିଜୁଳି ଘଡ଼ଘଡ଼ି ସହ ବର୍ଷା ହୋଇଯାଇଛି ।

ଏହା ସହ ଏହି ଦୁଇ ଅଞ୍ଚଳର କିଛି ଜିଲ୍ଲାରେ ୪୦ ରୁ ୪୫ କିମି ପବନ ମଧ୍ୟ ବହିଛି । କୋରାପୁଟର ଲମାତାପୁଟ ରେ ସର୍ବାଧିକ ୬୮. ୨ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଅନ୍ୟପଟେ ଆଗାମୀ ୨୪ ଘଣ୍ଟାରେ ରାଜ୍ୟର ଅନେକ ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି । ସେହିସବୁ ଜିଲ୍ଲା ଗୁଡିକ ହେଲା ମାଲକାନଗିରି ,କୋରାପୁଟ, ରାୟଗଡା, ନବରଙ୍ଗପୁର, ନୂଆପଡା କଳାହାଣ୍ଡି । ଏହାସହ ଅନ୍ୟ ଜିଲ୍ଲା ଗୁଡିରେ ବି ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି ।

ସେହିପରି ଆସନ୍ତା ୨୪ ଘଣ୍ଟାରେ ବିଜୁଳି ଘଡଘଡି ସହ କେନ୍ଦୁଝର, ଯାଜପୁର, ଅନୁଗୁଳ, ଢେଙ୍କାନାଳ, କଟକ, ଜଗତସିଂହପୁର, ନୟାଗଡ, ଖୋର୍ଦ୍ଧା ଓ ପୁରୀ ଅନେକ ସ୍ଥାନରେ ପଶ୍ଚିମା ଝଡ଼ ର ପ୍ରଭାବରେ ଅନେକ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନ ରହିଛି । ବିଶେଷ ଭାବେ ଏହି ସମୟରେ ପବନର ବେଗ ୪୦ ରୁ ୪୫ କିମି ବହିବାର ମଧ୍ୟ ସମ୍ଭାବନା ରହିଥିବା କହିଛି ପାଣିପାଗ ବିଭାଗ । ସେହିପରି ଆସନ୍ତାକଲି ବା ୧୮ ତାରିଖରୁ ବର୍ଷାର ବିସ୍ତୃତି ବଢିବ । ରାଜ୍ୟର ଅନେକ ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷା ହେବାର ସମ୍ଭାବନା ଥିବା କହିଛି ପାଣିପାଗ ବିଭାଗ ।

ଦକ୍ଷିଣ ଓଡ଼ିଶାରେ ବିଶେଷ ଭାବେ ପ୍ରବଳ ବର୍ଷାର ସମ୍ଭାବନ ଥିବାବେଳେ କେନ୍ଦୁଝର ଯାଜପୁର ଢେଙ୍କାନାଳ କଟକ କୋରାପୁଟ ମାଲକାନଗିରି ଜିଲ୍ଲାରେ କୁଆପଥର ବର୍ଷା ହେବାର ସମ୍ଭାବନା ଥିବା ଆକଳନ କରିଛି ପାଣିପାଗ ବିଭାଗ । ୧୯ ତାରିଖରେ ଆଭ୍ୟନ୍ତରୀଣ ଓ ଉପକୂଳ କିଛି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବ । ୨୦ ତାରିଖ ବେଳକୁ ଧୀରେ ଧୀରେ ବର୍ଷାର ପରିମାଣ କମିବ ଆଉ ପୁଣି ପାଗ ପରିବର୍ତ୍ତନ ହେବାର ସମ୍ଭାବନା ଥିବା ସୂଚନା ଦେଇଛି ପାଣିପାଗ ବିଭାଗ । ଅନ୍ୟପଟେ ଭୁବନେଶ୍ୱରରେ ମେଘୁଆ ପାଗ ସହ କିଛି କିଛି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନ ଥିବା କହିଛି ଆଞ୍ଚଳିକ ପାଣିପାଗ ବିଭାଗ । ଏହି ସମୟରେ ସ୍ୱାଭାବିକଠାରୁ ୪ ପ୍ରତିଶତ କମ୍ ୩୧.୬ ତାପମାତ୍ରା ରେକର୍ଡ କରାଯାଇଛି ।