୭୧ ବର୍ଷ ରେ ପଦାର୍ପଣ କଲା କୋଟସମଲାଇ ବାହାରିପଡା ରାମଲୀଳା ଉତ୍ସବ

0
214
୭୧

ରିପୋର୍ଟ : ରାଜେଶ ବାଘ
ଉଲୁଣ୍ଡା, (୧୬/୪) : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଳକ କୋଟସମଲାଇ ରଘୁନାଥ ମନ୍ଦିର ପ୍ରାଙ୍ଗଣରେ ଶ୍ରୀ ଶ୍ରୀ ରଘୁନାଥ ନାଟ୍ୟ କଳାପରିଷଦ କୋଟସମଲାଇ ବାହାରିପଡା ପକ୍ଷରୁ ଦୀର୍ଘ ୭୧ ତମ ରାମଲୀଳା ଉତ୍ସବ ପାଳନ ହେଉଅଛି ।

୭୧ ବର୍ଷ ରେ ପଦାର୍ପଣ କଲା କୋଟସମଲାଇ ବାହାରିପଡା ରାମଲୀଳା ଉତ୍ସବ । ଏହି ରାମଲୀଳା ଉତ୍ସବ ୧୯୫୨ ମସିହା ରେ ଆରମ୍ଭ ହୋଇଥିଲା । ଏହା ପ୍ରତିବର୍ଷ ଚୈତ୍ରମାସ ଶୁକ୍ଳପକ୍ଷ ନବମୀ ରୁ ଆରମ୍ଭ ହୋଇ ଅଠର ଦିନ ପର୍ଯ୍ୟନ୍ତ ମହାସମାରୋହରେ ପାଳିତ ହୋଇଥାଏ । ଏହି ଅବସରରେ ଅନ୍ତିମ ତଥା ଶେଷ ରଜନୀରେ ଲକ୍ଷ୍ମଣ ଶକ୍ତିଭେଦ, ରାବଣ ବଧ ଓ ମହାପ୍ରଭୁ ଶ୍ରୀ ରାମଙ୍କ ରାଜ୍ୟାଭିଷେକ ପୌରାଣିକ ଗୀତିନାଟ୍ୟ ମଞ୍ଚସ୍ଥ ହୋଇଥିଲା । ନାଟକ ପ୍ରାରମ୍ଭରେ ଭଜନ ଆଧାରିତ ବିଭିନ୍ନ ପ୍ରକାର ନୃତ୍ୟ ଦର୍ଶକମାନଙ୍କୁ ବାନ୍ଧି ରଖିଥିଲା । ଏଥିରେ ଶ୍ରୀରାମ ଭୂମିକାରେ ବୁଦ୍ଧଦେବ ମେଣ୍ଡିଲି, ଲକ୍ଷ୍ମଣ ରେ ରାମଗୋପାଳ ସେଠୀ, ହନୁମାନ ଲକ୍ଷିନ୍ଦ୍ର ବସ୍ତିଆ, ସୀତା ବୃଷବ କର୍ଣ୍ଣ, ବିଭିଷଣ ସୁବାଷ ବନଛୋର, ରାବଣ ଦିଗାମ୍ବର ଚୌଧୁରୀ, ମନ୍ଦୋଦରୀ ସୁରେଶ ଦେହେରୀ ଙ୍କ ଅଭିନୟ ଉଚ୍ଚ କୋଟି ର ଥିଲା । ବାଦ୍ୟଯନ୍ତ୍ର ରେ ମନୋରଞ୍ଜନ ପାଢୀ, ଜାନକୀରାମ ଦେହେରୀ, ଚମରା ସେଠୀ, ନରେନ୍ଦ୍ର ବାଘ, ପଞ୍ଚାନନ ମନ୍ତ୍ରା ସହଯୋଗ କରିଥିଲେ । ପ୍ରଭୁ ଶ୍ରୀରାମ ଙ୍କ ପ୍ରଭୁ କୃପା ସାଉଁଟିବା ପାଇଁ ହଜାର ହଜାର ଭକ୍ତ ଧାଇଁ ଆସିଥିଲେ ଓ ନାଟକ ମନଭରି ଉପଭୋଗ କରିଥିଲେ ।