ଗୁଡ଼ାରୀ ବ୍ଲକ ମିଶନ ଶକ୍ତି ଭବନ ଉଦଘାଟିତ

0
119
ଗୁଡ଼ାରୀ ବ୍ଲକ ମିଶନ

ରିପୋର୍ଟ : ଲୋକନାଥ ସାହୁ
ଗୁଡ଼ାରୀ, (୧୬/୪) : ରାୟଗଡା ଜିଲ୍ଲା ଗୁଡ଼ାରୀ ବ୍ଲକ ମିଶନ ଶକ୍ତି ଭବନ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସାରକାଙ୍କ କରକମଳରେ ଉଦଘାଟିତ ହୋଇଯାଇଛି ।WhatsApp Image 2023 04 16 at 18.16.50 ଗୁଡ଼ାରୀ ବ୍ଲକ ମିଶନ ଶକ୍ତି ଭବନ ଉଦଘାଟିତ

ଆଦିବାସୀ ପାରମ୍ପାରିକ ନୃତ୍ୟ ରେ ଅତିଥି ମାନଙ୍କୁ ସ୍ଵାଗତ କରାଯାଇଥିଲା । ଗୁଡ଼ାରୀ ବ୍ଲକ ମିଶନ ଶକ୍ତି ଭବନ ଉଦ୍ଘାଟନ କାର୍ଯ୍ୟକ୍ରମରେ ବିଧାୟକ ରଘୁନାଥ ଗମାଙ୍ଗ, ରାୟଗଡା ବିଧାୟକ ମକରନ୍ଦ ମୁଦୁଲି, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଉପଦେଷ୍ଟା ସୁଧୀର ଦାସ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସରସ୍ୱତୀ ମାଝୀ ଅତିଥି ଭାବେ ଉପସ୍ଥିତ ରହିଥିଲେ । ଏହି ଭବନ କାର୍ଯ୍ୟକ୍ଷମ ହେଲେ ବ୍ଲକ ର ସମସ୍ତ ମିଶନଶକ୍ତି ଅନ୍ତର୍ଭୁକ୍ତ ମହିଳାମାନେ ଏଠାରେ ନିଜର ସମସ୍ତ ସରକାରୀ କାର୍ଯ୍ୟ ସମ୍ପାଦନ କରିପାରିବେ ବୋଲି ବିପିଏମ ମାନସ କୁମାର ବାରିକ ମତ ଦେଇଛନ୍ତି । କାର୍ଯ୍ୟକ୍ରମରେ ବ୍ଲକ ମିଶନଶକ୍ତି ସଭାପତି ସଂଯୁକ୍ତା ବୀରଦଳେଇଙ୍କ ସମେତ ସମସ୍ତ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନେ ଉପସ୍ଥିତ ଥିଲେ ଓ ଗୁଡ଼ାରୀବ୍ଲକ ର ସମସ୍ତ ବିଜେଡି ଦଳର କର୍ମୀ, ଗୁଡ଼ାରୀ ବିଜେଡି ନେତା ସନ୍ତୋଷ ମହାନ୍ତି ଓ କେଦାର ସାହୁ ଉପସ୍ଥିତ ଥିଲେ ।