ଜଡାପାଳ କୁ ନିତିଦିନିଆ ରାସ୍ତା ପାଇଁ ପେ‍ାଲ ନିର୍ମାଣ ନେଇ ଦାବିପତ୍ର

0
175
ଜଡାପାଳ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ସୁବର୍ଣ୍ଣପୁର, (୧୯/୦୪) : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ କେନଝରିଆପାଲି ପଞ୍ଚାୟତ ର ଜଡାପାଳ ଗାଁ କୁ ଏକ ନିତିଦିଆ ରାସ୍ତା ପାଇଁ ଉକ୍ତ ରାସ୍ତାରେ ପଡୁଥିବା ନାଳ ଉପରେ ପୋଲ ନିର୍ମାଣ ପାଇଁ ପଶ୍ଚିମ ଓଡିଶା ଯୁବା ମଞ୍ଚ ତରଫରୁ ବୀରମହାରାଜପୁର ବ୍ଲକ ଅଧ୍ୟକ୍ଷା ଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।

ସୂଚନା ଥାଉ କି ଜଡାପାଳ କୁ ଗୋଟିଏ ନିତିଦିନିଆ ରାସ୍ତା ନ ଥିବାବେଳେ ଗ୍ରାମବାସୀ ବାରମ୍ବାର ବିଭିନ୍ନ ଜନପ୍ରତିନିଧି ଙ୍କୁ ଗୁହାରି କରିମଧ୍ୟ କୌଣସି ଫଳପ୍ରଦ ନ ହେବାରୁ ଚଳିତ ବର୍ଷ ପଞ୍ଚାୟତ ତରଫରୁ ମନରେଗା ଯୋଜନାରେ ଏକ ରାସ୍ତା ତିଆରି ପାଇଁ ଅର୍ଥ ମଞ୍ଜୁର ହୋଇଥିବା ବେଳେ ଜଡାପାଳ ଗାଁ କୁ ସଂଯୋଗ କରିବା ପାଇଁ ରାସ୍ତା ମଧ୍ୟଭାଗରେ ଏକ ନାଳ ପଡିଥାଏ । ନାଳ ଉପରେ ଗୋଟିଏ ପୋଲ ନିର୍ମାଣ ନେଇ ଆଜି ପଶ୍ଚିମ ଓଡିଶା ଯୁବାମଞ୍ଚ କର୍ମକର୍ତ୍ତା ମାନେ ଆଜି ବୀରମହାରାଜପୁର ବ୍ଲକ ଅଧ୍ୟକ୍ଷା ଙ୍କୁ ଏକ ଲିଖିତ ଦାବିପତ୍ର ପ୍ରଦାନ କରିଛନ୍ତି । ଏହି ଗାଁ କୁ ଗମନାଗମନ ର କୌଣସି ସୁବିଧା ନ ଥିବାରୁ ରୁ ବର୍ଷାଦିନେ ଉକ୍ତ ଗାଁ ର ପିଲା ମାନଙ୍କ ପାଠପଢା ମଧ୍ୟ ବନ୍ଦ ରହିଥାଏ । ଏହି ଗାଁ ରୁ କୈାଣସି ରୋଗୀ ଡାକ୍ତରଖାନା ଯିବାକୁ ହେଲେ ଖଟିଆ ସାହାର୍ଯ୍ୟ ୨ କି.ମି ରାସ୍ତା ବଳିପାଲି କୁ ରୋଗୀକୁ ଆଣିବାପରେ ଆମ୍ବୁଲାନ୍ସ ଯୋଗେ ରୋଗୀ କୁ ନିଆଯାଇଥାଏ । ମନରେଗା ଯୋଜନାରେ ଏକ ରାସ୍ତା ତିଆରି ହୋଇଥିବା ବେଳେ ମଝି ରେ ପଡୁଥିବା ନାଳ ଉପରେ ପେ‍ାଳ ନିର୍ମାଣ ହେଳେ ଗାଁ କୁ ଯାତାୟାତ ର ସୁବିଧା ହୋଇପାରିବ ।