ଘଣ୍ଟାପଡ଼ା ର ମଙ୍ଗଳା ଛକରେ ବୌଦ୍ଧ ଆରଟିଓ ଏବଂ ଘଣ୍ଟାପଡ଼ା ପୋଲିସର ଗାଡ଼ି ମୋଟର ଯାଞ୍ଚ

0
146
ବୌଦ୍ଧ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ସୁବର୍ଣ୍ଣପୁର, (୧୯/୦୪) : ସଡ଼କ ସୁରକ୍ଷା ସପ୍ତାହ ସଚେତନ କାର୍ଯ୍ୟକ୍ରମ ପରେ ସୋମବାର ଦିନ ବୌଦ୍ଧ ଆରଟିଓ ଏବଂ ଘଣ୍ଟାପଡ଼ା ପୋଲିସର ମିଳିତରେ ମନମୁଣ୍ଡା-ସିନ୍ଧୁଗୋରା ୪୧ନଂ ରାଜ୍ୟ ରାଜପଥର ଘଣ୍ଟାପଡ଼ାର ମଙ୍ଗଳା ଛକରେ ଗାଡ଼ି ଯାଞ୍ଚ କରିଥିଲେ ।WhatsApp Image 2023 04 18 at 21.46.39 ଘଣ୍ଟାପଡ଼ା ର ମଙ୍ଗଳା ଛକରେ ବୌଦ୍ଧ ଆରଟିଓ ଏବଂ ଘଣ୍ଟାପଡ଼ା ପୋଲିସର ଗାଡ଼ି ମୋଟର ଯାଞ୍ଚ

ଯାଞ୍ଚ ସମୟରେ ଅନେକ ଚାଳକଙ୍କ ଗାଡ଼ି ଫିଟନେସ, ହେଲମେଟ ପରିଧାନ ନକରିବା ଉପରେ ଫାଇନ କରିଥିଲେ । ଉକ୍ତ ଗାଡ଼ି ଯାଞ୍ଚରେ ବୌଦ୍ଧ ଆରଟିଓ ତରଫରୁ ଏମଭିଆଇ ଇନିସ୍ପେକ୍ଟର ଦେବାଶିଷ ନାୟକ ଓ ଟିମ୍ ସହ ଘଣ୍ଟାପଡ଼ା ଥାନାରୁ ଏଏସ୍‌ଆଇ ପବିତ୍ର ମୋହନ ସାମଲ, ଏଏସ୍‌ଆଇ ପ୍ରଦୀପ କୁମାର ବେହେରା ଓ ଟିମ ସାମିଲ ଥିଲେ ।