ସ୍ତ୍ରୀ ର ଟାଙ୍ଗିଆ ଚୋଟ ରେ ସ୍ୱାମୀ ଗୁରୁତର ଆହତ

0
141
ସ୍ତ୍ରୀ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର/ଟିଟିଲାଗଡ, (୧୮/୦୪) : ଟିଟିଲାଗଡ ଥାନା ଅନ୍ତର୍ଗତ ସିଆଲଝୁନଗି ଗ୍ରାମ ର କଉତୁକ ବାଗ (୩୮) ନାମକ ଜଣେ ବ୍ୟକ୍ତି ଙ୍କୁ ସ୍ତ୍ରୀ ର ଟାଙ୍ଗିଆ ଚୋଟ ରେ ଗୁରୁତର ଅବସ୍ଥାରେ ତାଙ୍କ ପରିବାର ଲୋକେ ଟିଟିଲାଗଡ ଡାକ୍ତର ଖାନା ଆଣି ଭର୍ତ୍ତି କରିଛନ୍ତି ।

ପ୍ରକାଶ ଯେ କଉତୁକ କୌଣସି କାରଣ ଯୋଗୁଁ ଘରେ ଗଣ୍ଡଗୋଳ କରିଥିଲେ । ଉକ୍ତ ଗଣ୍ଡଗୋଳ ବେଳେ ଆହତ କଉତୁକ ଙ୍କ ସ୍ତ୍ରୀ ଏକ ଟାଙ୍ଗିଆ ରେ ଆକ୍ରମଣ କରି ଥିବା ବେଳେ କଉତୁକ ଙ୍କ ହାତରେ ଗୁରୁତର ଚୋଟ ବାଜିଥିଲା । ତାଙ୍କ ହାତ ରୁ ପ୍ରଚୁର ରକ୍ତସ୍ରାବ ହେଉଥିବା ବେଳେ ଡ଼ାଃ ବଲାଙ୍ଗୀର କୁ ଅଧିକ ଚିକିତ୍ସା ପାଇଁ ପରାମର୍ଶ ଦେଇଛନ୍ତି । ପରିବାର ଲୋକେ କେଉଁ କାରଣ ରୁ ବିବାଦ ସୃଷ୍ଟି ହୋଇଥିଲା ସେ ନେଇ କିଛି ପ୍ରକାଶ କରି ନାହାନ୍ତି । ଏ ନେଇ ପୋଲିସ୍ କୁ ସୂଚନା ଦିଆଯାଇଥିବା ଜଣା ଯାଇଛି ।