ଘଣ୍ଟାପଡ଼ା ପୋଲିସ ପକ୍ଷରୁ ମଟର ଗାଡ଼ି ଯାଞ୍ଚ ବେଳେ ଫେକନମ୍ବର ଥିବା କାର ଜବତ

0
93
ଘଣ୍ଟାପଡ଼ା ପୋଲିସ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ସୁବର୍ଣ୍ଣପୁର, (୨୦/୦୪) : ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ୍ ଘଣ୍ଟାପଡ଼ା ଥାନା ଅଧିକାରୀ ଗଣନାଥ ଥନାପତିଙ୍କ ନିର୍ଦ୍ଦେଶରେ ମନମୁଣ୍ଡା – ସିନ୍ଧିଗୋରା ୪୧ନଂ.ରାଜ୍ୟ ରାଜପଥର ଘଣ୍ଟାପଡ଼ାର ମଙ୍ଗଳା ଛକରେ ଚାଲିଥିବା ମଟର ଗାଡି ଯାଞ୍ଚ ବେଳେ ଏକ ଧଳା ରଙ୍ଗର କାରକୁ ଜବତ କରିଛି ଘଣ୍ଟାପଡ଼ା ପୋଲିସ ।WhatsApp Image 2023 04 19 at 19.05.44 ଘଣ୍ଟାପଡ଼ା ପୋଲିସ ପକ୍ଷରୁ ମଟର ଗାଡ଼ି ଯାଞ୍ଚ ବେଳେ ଫେକନମ୍ବର ଥିବା କାର ଜବତ

ଖୁଣ୍ଟିଗୋରା ପଟରୁ କଣ୍ଟାମାଳ ଆଡକୁ ଦୃତଗତିରେ ଆସୁଥିବା ଏହି କାରକୁ ଅଟକାଇ ମାତ୍ରେ ଜଣେ ବ୍ୟକ୍ତି ଘଟଣା ସ୍ଥଳରୁ ଫେରାର ମାରିଥିଲା । ସନ୍ଦେହ ହେବାରୁ ଗାଡ଼ିଟିର ନମ୍ବର OD05BJ6873ଟି ଫେକନମ୍ୱର ଥିଲା । ଯାଞ୍ଚ କରିବାରୁ ଡିକି ଭିତରୁ HR26AL8031 ନମ୍ବର ୨ଟି ପ୍ଳେଟ ଦେଖି ସଂଗେ ସଂଗେ ଜଣେ ବ୍ୟକ୍ତିଙ୍କ ସହିତ କାରଟିକୁ ଆଣି ତଦନ୍ତ ଆରମ୍ଭ କରିଥିଲା । ତଦନ୍ତ ସମୟରେ ବ୍ୟକ୍ତି ଜଣଙ୍କ ନାମ ତସଲିସ ଜିଲାନୀ, ବୟସ ୨୨ ମଧ୍ୟପ୍ରଦେଶ ରାଜ୍ୟର, ସାହରନ ଜିଲ୍ଲା ଦେଓମାରୀ ଥାନା ଅଧିନ ଖାମଦାମ ଗ୍ରାମର । ସେ ଗଞ୍ଜେଇ ଚୋରା ଚାଲାଣ କରିବାକୁ ଆସିଥିଲା । ଭଲ ଗଞ୍ଜେଇ ନପାଇବାରୁ ଫେରୁଥିଲେ । ତାପରେ ଅଧିକ ତଦନ୍ତ ପରେ ୨ ଶହଟଙ୍କିଆ ୧୯ଟି, ଶହେଟଙ୍କି ୩୪୪ଟି, ୫୦ଟଙ୍କି ୧୯୮ଟି ଓ ୨୦ ଟଙ୍କି ୨୦୦ଟି ମୋଟ ଛପନ ହଜାର ଶହେ ଟଙ୍କା ଜବତ କରିଥିଲେ । ଘଣ୍ଟାପଡ଼ା ପୋଲିସ କେସ ନଂ ୩୩/୨୩ରେ ଏକ ମାମଲା ରୁଜ୍ଜୁ କରି Us-୪୨୦/୪୬୮/୪୭୧ରେ ଜିଲାନୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ତଦନ୍ତ ବେଳେ ଫେରାର ବ୍ୟକ୍ତିଙ୍କ ନାମ ବାବୁଲବାରିକ ପି.ରଘୁନାଥ ବାରିକ ମନମୁଣ୍ଡା ଥାନା ଅଧିନ ପଦମପୁର ବୋଲି ତଦନ୍ତ ଅଧିକାରୀ ଏଏସଆଇ ପ୍ରଦୀପ କୁମାର ବେହେରା ପ୍ରକାଶ କରିଛନ୍ତି । ଯାଞ୍ଚ ସମୟରେ ଏସଆଇ ବିଶ୍ଵମିତ୍ର ଲୋଇ, ଏଏସଆଇ ପ୍ରଦୀପ ବେହେରା, କନେଷ୍ଟବଲ ପ୍ରଶାନ୍ତ ସାହୁ, ହୋମଗାର୍ଡ ଗିରିଶ କଅଁର ଓ ବିଶ୍ଵଜିତ ପୂଟା ସାମିଲ ଥିଲେ ।