ବନ୍ଦ ପାଳନ ଯୋଗୁଁ ଖାଇବାରେ ସମସ୍ୟା ଭୋଗିବେ ବୋଲି ବଜରଙ୍ଗ ଦଳ ପକ୍ଷରୁ ଖାଦ୍ୟ ବଣ୍ଟନ

0
98
ବନ୍ଦ ପାଳନ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ସୁବର୍ଣ୍ଣପୁର, (୨୦/୦୪) : ଆଜି ସୁବର୍ଣ୍ଣପୁରରେ ବନ୍ଦ ପାଳନ ବେଳେ ଶହ ଶହ ଗାଡି ମଟର ଅଟକି ରହିଥିଲା । ଦୋକାନ ବଜାର ବନ୍ଦ ରହିଥିବା ଯୋଗୁଁ ଗାଡି କର୍ମଚାରୀ କାଳେ ଖାଇବାରେ ସମସ୍ୟା ଭୋଗିବେ ବୋଲି ଆଶଙ୍କା କରି ବଜରଙ୍ଗ ଦଳ ପକ୍ଷରୁ ରନ୍ଧା ଖାଦ୍ୟ ବଣ୍ଟନ କରାଯାଇଥିଲା ।

ଖୁସି ମନରେ ମଧ୍ୟାହ୍ନ ଭୋଜନ ଖାଇ ନିଜ ଗନ୍ତବ୍ୟସ୍ଥଳକୁ ଗାଡି ନେଇ ଯାଇଥିଲେ । ଗାଡି ଅଟକାଇଲେ, ଖାଇବା ଦେଇ ବଟାଇଲେ ବୋଲି ଗାଡି ଚାଳକ ମାନେ କଥାବାର୍ତ୍ତା ହେଉଥିଲେ । ବନ୍ଦ ଯୋଗୁଁ ରାସ୍ତାରେ ଅଟକି ରହିଥିବା ଶହଶହ ଗାଡ଼ିର ସମସ୍ତ କର୍ମଚାରୀଙ୍କୁ ଆନ୍ଦୋଳନ କାରୀଙ୍କ ପକ୍ଷରୁ ବ୍ଲକ ଛକଠାରେ ରନ୍ଧା ଖାଦ୍ୟ ବଣ୍ଟନ କରାଯାଇଥିଲା । ବଳଦେବ ବେଦବାକ, ଜିତୁ ବଡ଼ମାଲି, ସ୍ୱରୂପ ପାତ୍ର, ହିମାଂଶୁ ଗଡତିଆ, ମନୋଜ କୁମାର ପଟ୍ଟନାୟକ, ମିତ୍ରଭାନୁ ମେହେର, ମାନସ ମିଶ୍ର, ଅମିତ ମହାପାତ୍ର, ଦୀପକ ମହାପାତ୍ର, ଶୁଭମ ବକ୍ସି, ସକୁନ ମିଶ୍ରଙ୍କ ସମେତ ଅନେକ କର୍ମକର୍ତ୍ତା ଉପସ୍ଥିତ ରହି ଖାଦ୍ୟ ବଣ୍ଟନ କରିଥିଲେ । ତେବେ ବନ୍ଦ ପାଳନ ସହ ଏକ ସ୍ୱତନ୍ତ୍ର ବାର୍ତ୍ତା ଦେଲା ଭୀମଭୋଇ ମାଟି ।