ବିଦ୍ୟା ଅଟଈ ମହାଧନ ଆଜି ପ୍ରମାଣିତ ହୋଇଯାଇଛି

0
142
ଆଜି

ରିପୋର୍ଟ : ନରୋତ୍ତମ ପାଢ଼ୀ
ରାୟଗଡା, (୧୯/୪) : ରାଜା ନିଜ ରାଜ୍ୟ ରେ ପୂଜା ପାଏ କିନ୍ତୁ ବିଦ୍ୟାନ ସର୍ବତ୍ର ପୂଜା ପାଏ ପୁରବର୍ଜ୍ ମାନଙ୍କ କଥା ତାହା ନିରାଟ ସତ୍ୟ ଅଟେ ।

ସେହି ପରି ଆଜି ବିଷମକଟକ ପଞ୍ଚାୟତ ସମିତି ଅନ୍ତର୍ଗତ ଚାଟିକଣା ଗ୍ରାମର ଶ୍ରୀ ବାପୁଜୀ ନାୟକ ବ୍ରହ୍ମପୁର ସ୍ଥିତ ଭାରତୀୟ ଷ୍ଟେଟ ବ୍ୟାଙ୍କରେ ଜୁନିୟର ଏସୋସିଏଟ୍ ଭାବେ ନିଯୁକ୍ତ ପାଇଛନ୍ତି । ସେ ଚାଟିକଣା ଅଞ୍ଚଳରେ ଜଣେ ମେଧାବୀ ଛାତ୍ର ଥିଲେ । ତାଙ୍କର ଏହି ନିଯୁକ୍ତି ଅଞ୍ଚଳରେ ଆନନ୍ଦ ଖେଳାଇ ଦେଇଛି । ବିଷମକଟକ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ବୁଦ୍ଧିଜୀବି ତାଙ୍କର ସଫଳତା ପାଇଁ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଓ ଉତ୍ତରୋତ୍ତର ଉନ୍ନତି କାମନା କରିଛନ୍ତି ।