ଗୁଟଖା ଓ ସିଗାରେଟ ଦୋକାନ ଉପରେ ଚଢାଉ

0
90
ଗୁଟଖା

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ବାଲେଶ୍ୱର, (୨୦/୦୪) : ଭୋଗରାଇ କମର୍ଦ୍ଦା ଛକ ରେ ଅଚାନକ ଭାବେ ଗୁଟଖା ଓ ସିଗାରେଟ ଦୋକାନ ଉପରେ ୪ ଜଣିଆ ଏନଫୋର୍ସମେଣ୍ଟ ଟିମର ଚଢାଉ ।

ଗୁଟଖା ଓ ସିଗାରେଟ ଦୋକାନ ଉପରେ ଚଢାଉ ରେ ସ୍ୱାସ୍ଥ୍ୟ ବିଭାଗ, ଅବକାରୀ ବିଭାଗ, ଫୁଡ଼ସେପ୍ଟି ଅଫିସର ଓ କମର୍ଦ୍ଦା ପୋଲିସ ସାମିଲ ଥିଲେ । ନିଶାଦ୍ରବ୍ୟ ବିକ୍ରୀ କରୁଥିବା ଦୋକାନୀ ମାନଙ୍କୁ ସଚେତନତା କରାଇବା ସହିତ ପ୍ରତ୍ୟେକ ଦୋକାନୀ ପାଖରୁ ୨ ଶହ ଟଙ୍କା ଲେଖାଏଁ ଜୋରିମାନା ଆଦାୟ କରାଯାଇଛି । ଅନ୍ୟପକ୍ଷରେ ସମ୍ପୃକ୍ତ ବିଭାଗର ଏଭଳି ଅଚାନକ ଚଢ଼ାଉକୁ ନେଇ ନିଶାଦ୍ରବ୍ୟ ବ୍ୟବସାୟୀ ମାନେ ଛାନିଆ ହୋଇ ଦୋକାନ ବନ୍ଦ କରି ଦେଇଥିବା ଦେଖିବାକୁ ମିଳିଛି । ଏଭଳି ଭୋଗରାଇ ଅଞ୍ଚଳ ରେ ବାରମ୍ବାର ଟିମ ଚଡାଉ କରୁଥିଲେ ମଧ୍ୟ କୌଣସି ପରିବର୍ତ୍ତନ ହେଉ ନାହିଁ ବୋଲି ବୁଦ୍ଧିଜୀବୀ ସମାଲୋଚନା କରୁଛନ୍ତି । ଏହା କେବଳ ଲୋକଦେଖାଣିଆ ବୋଲି ଆଲୋଚନା ହେଉଛି ।