ପୋଖରୀରେ ବୁଡ଼ି ନାବାଳକଙ୍କ ମୃତ୍ୟୁ

0
105
ମୃତ୍ୟୁ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଖୋର୍ଦ୍ଧା, (୨୦/୦୪) : ପୋଖରୀରେ ବୁଡି ଜଣେ ନାବାଳକଙ୍କ ମୃତ୍ୟୁ ହୋଇଛି । ମୃତ ନାବାଳକ ହେଲେ ଟାଙ୍ଗୀ ଥାନା ଭଜାଗଡ ଗ୍ରାମର ଆଲୋକ ବାରିକ ।

ଆଲୋକ ସ୍କୁଲରୁ ଫେରି ସାଙ୍ଗମାନଙ୍କ ସହ ଘର ନିକଟସ୍ଥ ପୋଖରୀକୁ ଗାଧୋଇବା ପାଇଁ ଯାଇଥିଲେ । ପୋଖରୀରେ ଗାଧୋଇବା ବେଳେ ଗଭୀର ପାଣିରେ ଖସିପଡ଼ିଥିଲେ। ବହୁ ଖୋଜା ଖୋଜି ପରେ ନାବାଳକଙ୍କୁ ଉଦ୍ଧାର କରି ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ହେଲ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ।