ଉପକୂଳରୁ ଉପାନ୍ତ ସବୁଠି ଅସହ୍ୟ ଖରା

0
86
ଉପକୂଳରୁ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର, (୨୦/୦୪) : ରେକର୍ଡ ଭାଙ୍ଗୁଛି ଓଡ଼ିଶା ତାତି । ଉପକୂଳରୁ ଉପାନ୍ତ ସବୁଠି ଅସହ୍ୟ ଖରା । ୪୦ ଡିଗ୍ରୀ ଉପରେ ୩୦ ସହରର ପାରା ।

ଉପକୂଳରୁ ଉପାନ୍ତ ସବୁଠି ଅସହ୍ୟ ଖରା ବିଶ୍ୱର । ୧୫ ଉତ୍ତପ୍ତ ସହର ମଧ୍ୟକୁ ଆସିଲା ବଲାଙ୍ଗୀର । ଆହୁରି ୨୪ ଘଣ୍ଟା ପ୍ରଚଣ୍ଡ ତାତିରେ ସିଝିବ ଓଡ଼ିଶା । ରାତି ପାହିବା କ୍ଷଣି ସୂର୍ଯ୍ୟଙ୍କ ପ୍ରକୋପ ଏଭଳି ହେଉଛି ଯେ ଲୋକେ ରାସ୍ତାରେ ଚାଲି ଚାଲି ଯିବା ଦୂରରେ ଥାଉ ଘରୁ ବାହାରିବା ପୂର୍ବରୁ ଦୁଇଥର ଚିନ୍ତା କରୁଛନ୍ତି । ସହରରେ ଅବସ୍ଥା ଅଣାୟତଃ । ଗ୍ରାମାଞ୍ଚଳରେ ବି ଏବେ ସମାନ ଅବସ୍ଥା । ବାରିପଦା ତତଲା ତାୱାରେ ଭାଜି ହେଉଥିବା ବେଳେ ନୂଆପଡ଼ା, ବଲାଙ୍ଗୀର, ବୌଦ୍ଧ, ତାଳଚେର, ଅନୁଗୁଳ, ଝାରସୁଗୁଡ଼ା ସହରରେ ପାରା ଉପରମୁହାଁ ହେଉଛି ।

ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ତାତିରୁ ତ୍ରାହି ମିଳୁନି । ଦିନ ବଢିବା ସହ ସୂର୍ଯ୍ୟ ଦେବାତଙ୍କ ପ୍ରକୋପ ବଢି ବଢି ଚାଲୁଛି । ଏସି କି କୁଲର କିଛି କାମ କରୁନି । ସେପଟେ ପାଣିପାଗ ବିଶେଷଜ୍ଞଙ୍କ ଅନୁଯାୟୀ ଗତ ୬ ମାସ ହେଲା ଭୁବନେଶ୍ୱରରେ ସେଭଳି ବର୍ଷା ହୋଇନାହିଁ । ମାଟିର ଆଦ୍ରତା କମ୍ ରହୁଛି । ଫଳରେ ସୂର୍ଯ୍ୟକିରଣ ଭୁପୃଷ୍ଠରେ ପଡିବା ପରେ ବିକିରଣ ହେଉଛି । ଯାହା ଅସହ୍ୟ ତାତି ସୃଷ୍ଟି କରୁଛି । ଉପକୂଳ ଓଡିଶାରେ ସାମାନ୍ୟ ବର୍ଷା ହେବାର ସମ୍ଭାବନା ରହିଛି । ଦିନକ ପରେ ପାଗରେ ସାମାନ୍ୟ ପରିବର୍ତ୍ତନ ଆସିପାରେ ।