ତାଳଚେର ବାଙ୍କଧରା ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା

0
92
ତାଳଚେର

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଅନୁଗୁଳ, (୨୩/୦୪) : ତାଳଚେର ବାଙ୍କଧରା ଛକ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୩ ବର୍ଷର ପୁଅ ସମେତ ବାପାଙ୍କର ମୃତ୍ୟୁ ହୋଇଛି ।

ଆଉ ସୌଭାଗ୍ୟ ବଶତଃ ଅଳ୍ପକେ ଭଣଜା ବର୍ତ୍ତି ଯାଇଛନ୍ତି । ସୂଚନା ଅନୁସାରେ ତାଳଚେର ଗୋଡ଼ିବନ୍ଧ ଅଞ୍ଚଳରେ ରହୁଥିବା MD ଆସିଫ ଏକ ମୋଟର ସାଇକେଲରେ ତାଙ୍କ ସାଢ଼େ ତିନି ବର୍ଷର ପୁଅ MD ଅସିବାର ଓ ଭଣଜା MD କ୍ଷୀରୋଦଲାଲଙ୍କ ସହ ତାଳଚେର ବଜାରକୁ ଆସିଥିଲେ । ବଜାରରୁ ସଉଦାପତ୍ର କିଣି ସେ ଗୋଡିବନ୍ଧ ଆଡକୁ ଫେରୁଥିବା ବେଳେ ବାଙ୍କଧରା ଛକ ନିକଟରେ ଏକ ଟ୍ରକ ସେମାନଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ହିଁ ବାପା ଆସିଫ ଓ ପୁଅ ଆସିବାରଙ୍କ ମୃତ୍ୟୁ ହୋଇଥିଲା । ଭଣଜା କ୍ଷୀରୋଦଲାଲ ଆହତ ହୋଇଥିବା ବେଳେ ସ୍ଥାନୀୟ ଲୋକ ଓ ପୋଲିସ ଉଦ୍ଧାର କରି ସ୍ଥାନୀୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି । ଘଟଣା ସ୍ଥଳରେ ଟ୍ରକଟିକୁ ଛାଡି ଡ୍ରାଇଭର ଫେରାର ହୋଇଯାଇଥିବା ଜଣାପଡିଛି । ଘଟଣାକୁ ନେଇ ଉତ୍ତେଜନା ଦେଖା ଦେଇଛି । ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକ ମାନଙ୍କୁ ବୁଝାସୁଝା କରିଛନ୍ତି ।