ଏସଟିଏଫ ର ଚଢାଉ, ୧୦ ହାଇୱା ଜବତ

0
160
ଏସଟିଏଫ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଦେବଗଡ, (୨୩/୦୪) : ବେଆଇନ ବାଲି ଚାଲାଣ ବେଳେ ଏସଟିଏଫର ଚଢାଉ । ଦେବଗଡ଼ ବାରକୋଟ ଥାନା ଅଞ୍ଚଳରେ ଥିବା ସିଂଶାଲ ଓ ସିଙ୍ଗୁରି ରେ ବେଆଇନ ଭାବେ ଚାଲାଣ ହେଉଥିବା ବାଲି ଘାଟ ରେ ଏସଟିଏଫ ର ଚଢ଼ାଉ ।

ସିଂଶାଲରୁ ୭ ଟି ଓ ସିଙ୍ଗୁରିରୁ ୩ ଟି ମୋଟ ୧୦ ହାଇୱା ଜବତ କରିଥିବା ବେଳେ ୧୦ ଜଣ ଚାଳକଙ୍କୁ ଅଟକ ରଖିଛି । ଦୀର୍ଘଦିନ ହେବ ଏହି ଘାଟରୁ ବେଆଇନ ଭାବରେ ବାଲି ଚୋରା ଚାଲାଣ ହେଉଥିଲା । କ୍ରାଇମବ୍ରାଞ୍ଚ ଏସଟିଏଫ ପକ୍ଷରୁ ଏକ ୧୦ ଜଣିଆ ଟିମ ରାତିଅଧିଆ ଚଢ଼ାଉ କରିଥିଲେ । ଘଟଣା ସ୍ଥଳରେ ସମ୍ପୃକ୍ତ ଗାଡିକୁ ଜବତ କରିବା ସହ ୧୦ ଜଣଙ୍କୁ ବାରକୋଟ ଥାନାରେ ଅଟକ ରଖାଯାଇଛି । ଥାନାରେ ବାରକୋଟ ତହସିଲଦାର ତାପସ ଭୋଇ ପହଞ୍ଚି ଘଟଣା ତଦନ୍ତ କରିବା ସହ କାଗଜପତ୍ର ଯାଞ୍ଚ କରୁଛନ୍ତି ।