ସରକାରଙ୍କ ଘୋଷଣା ପରେ ବି ଅଘୋଷିତ ବିଜୁଳି କାଟ୍, ଛଟପଟ ଲୋକେ ହେଉଛନ୍ତି

0
114
ସରକାରଙ୍କ

ରିପୋର୍ଟ : ଜଗଦୀଶ ଦାଶ
ରାଇକିଆ, (୨୩/୦୪) : ପ୍ରଚଣ୍ଡ ଖରାରେ ସିଝୁଛି ସାରା ରାଜ୍ୟ । ଅଧିକାଂଶ ସହରର ପାରଦ ଉପରେ । ତାତିରୁ ତ୍ରାହି ତ୍ରାହି ଡାକୁଛନ୍ତି ଲୋକେ । ସରକାରଙ୍କ ଘୋଷଣା ପରେ ବି ଏମିତି ସମୟରେ ବଢି ଚାଲିଛି ଅଘୋଷିତ ବିଦ୍ୟୁତ୍ କାଟ୍

ଯାହା ବୋଝ ଉପରେ ନଳିତା ବିଡ଼ା ହୋଇଛି । କିଛି ସ୍ଥାନରେ ତ ବହୁ ସମୟ ଧରି ବିଦ୍ୟୁତର ଦେଖା ମିଳୁନି । ସହର ହେଉ କି ଗାଁ । ଦିନ ହେଉ ଅବା ରାତି । ମନଇଚ୍ଛା ଲାଇନ୍ କଟୁଛି । ସିଝୁଛନ୍ତି ଗରିବ, ମଧ୍ୟବିତ୍ତ । ଶକ୍ତିମନ୍ତ୍ରୀ କିନ୍ତୁ କହିଥିଲେ, କେଉଁଠାରେ ପାୱାର କଟ୍ କରାଯାଉନି । ଯେଉଁଠି ବିଦ୍ୟୁତ କାଟ୍ ହେଉଛି ତାହା ପାୱାର କଟ୍ ନୁହେଁ । ସରକାରଙ୍କ ଘୋଷଣା ପରେ ବି ଘନ ଘନ ବିଜୁଳି କାଟ୍ ହେଉଛି । ସବୁଠି ଛଟପଟ ଲୋକେ । ନା ପଙ୍ଖା ଘୁରୁଛି ନା ଏସି ଚାଲୁଛି । ଯାହାକୁ ନେଇ ହନ୍ତସନ୍ତ ଲୋକେ । ଟୋଲ୍ ଫ୍ରି ନମ୍ବରକୁ ଫୋନ୍ କଲେ କେତେବଳେ ଉତ୍ତର ମିଳୁଛି କେବୁଲ ମେଣ୍ଟନାନ୍ସ ତ କେତେବେଳେ ଟେକ୍ନିକାଲ ଫଲ୍ଟ ।

କିଛି କିଛି ସ୍ଥାନରେ ତ ଅନେକ ସମୟ ଧରି ବିଦ୍ୟୁତ୍ କାଟ୍ ହେଉଛି । ଅନେକ ସମୟରେ ବିଦ୍ୟୁତ୍ କର୍ମଚାରୀ ବି କହିପାରୁ ନାହାନ୍ତି କ’ଣ ପାଇଁ ଲାଇନ୍ କଟୁଛି । ଅସହ୍ୟ ଗରମରେ ଏଭଳି ଅବସ୍ଥା ଆଉ ଛଟପଟ ରେ ଦିନ କାଟୁଛନ୍ତି ଲୋକେ । ଅଘୋଷିତ ବିଦ୍ୟୁତ୍ କାଟ୍‌ରେ ଲୋକେ ଅତିଷ୍ଠ । ସାହା ଭରସା ହୋଇଛି ବିଞ୍ଚଣା । ଛୁଆ ପିଲାଙ୍କୁ ଧରି ଗଛ ଛାଇରେ ବସୁଛନ୍ତି । ଏମିତି ଦୃଶ୍ୟ ଦେଖିବାକୁ ମିଳୁଛି । ରାଇକିଆ ରେ ଦିନରେ ହେଉ କି ରାତିରେ ରାତିତମାମ ବିଜୁଳିକାଟ କ’ଣ ପାଇଁ କଟୁଛି ବିଜୁଳି କାହା ଅଧିକାରୀଙ୍କ ପାଖରେ ଉତ୍ତର ନାହିଁ । ଯାହାକୁ ନେଇ ଉପଭୋକ୍ତାଙ୍କ ମଧ୍ୟରେ ବଢୁଛି ଅସନ୍ତୋଷ । ବିଦ୍ୟୁତ୍ ବିଭାଗ ଏବଂ ବିଦ୍ୟୁତ୍ ଯୋଗାଣ ସଂସ୍ଥା ଏଥିପ୍ରତି ଧ୍ୟାନ ଦେବା ଜରୁରୀ ହୋଇପଡିଛି ।