ବରିଷ୍ଠ ସାମ୍ବାଦିକ ତଥା ଭାରତୀୟ ମଜଦୁର ସଂଘ ର ସଭାପତି ଙ୍କ ପିତା ଇହଲୀଳା ତ୍ୟାଗ କରିଛନ୍ତି

0
161
କରିଛନ୍ତି

ରିପୋର୍ଟ : ଲୋକନାଥ ସାହୁ
ରାୟଗଡ଼ା, (୨୩/୦୪) : ଜିଲ୍ଲା ଗୁଡ଼ାରୀ ବ୍ଳକର ବରିଷ୍ଠ ସାମ୍ବାଦିକ ତଥା ଭାରତୀୟ ମଜଦୁର ସଂଘ ର ଗୁଡ଼ାରୀ ବ୍ଳକର ସଭାପତି ଶ୍ରୀ ପ୍ରମୋଦ କୁମାର ପତି ଙ୍କ ପିତା ପୂଜ୍ୟ ଜଳେନ୍ଧର ପତି (୮୭) ଙ୍କ ୨୨.୦୪.୨୦୨୩ ସନ୍ଧ୍ୟା ୭.୧୫ ରେ ଇହଲୀଳା ତ୍ୟାଗ କରିଛନ୍ତି ।

ନିଶ୍ୱାସ ନେବାରେ କଷ୍ଟ ଅନୁଭବ ହେବାରୁ ଗତ ସପ୍ତାହରେ ତାଙ୍କୁ ବିଷମକଟକ ସ୍ଥିତ ଖ୍ରୀଷ୍ଟିୟାନ ହସ୍ପିଟାଲ ରେ ଚିକିତ୍ସା ପାଇଁ ନିଆ ଯାଇଥିଲା । ସେହି ମେଡିକାଲ ରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ସେ ୧୯୯୪ ରେ ଶିକ୍ଷକତା ଜୀବନରୁ ଅବସର ପରେ ସେ ପୁରୋହିତ କାମ କରି ଅଞ୍ଚଳରେ ସୁନାମ ଅର୍ଜନ କରିଥିଲେ । ତାଙ୍କ ମୃତ୍ୟୁ ରେ ଗୁଡ଼ାରୀ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।