ଯୁବତୀଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ପୋଲିସ

0
92
କଲା

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର, (୨୫/୦୪) : ଓଡ଼ିଶା ସୀମାନ୍ତ ବସ୍ତର ଜିଲ୍ଲା ଭାନପୁରୀର ଆମାବାଲ ଗାଁ’ରେ ଏସିଡ ମାଡ଼ ଘଟଣା । ଜଣେ ଯୁବତୀଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ପୋଲିସ ।

ପ୍ରେମ କରି ବିବାହ ନ କରିବାରୁ ବାହାଘର ବେଦୀ ଉପରେ ପ୍ରେମିକ ଓ କନ୍ୟା ଉପରେ ଏସିଡ ମାଡ଼ କରିଥିଲେ ଯୁବତୀ । ଝଡ଼ ତୋଫାନ ଯୋଗୁଁ ବିଦ୍ୟୁତ କାଟ ହୋଇଥିବାରୁ ସହଜରେ ଖସି ଯାଇଥିଲେ ଯୁବତୀ । ଘଟଣା ପରେ ପୋଲିସ ସିସିଟିଭି ଯାଞ୍ଚ ସହ ୧୦ ଜଣିଆ ଟିମ୍‌ ଗଠନ କରି ତଦନ୍ତ କରୁଥିଲା । ଏବେ ଯୁବତୀଙ୍କୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ ।