ନକଲି ସାର୍ଟିଫିକେଟ ରାକେଟର ପର୍ଦାଫାସ

0
91
ନକଲି ସାର୍ଟିଫିକେଟ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଗଞ୍ଜାମ, (୨୫/୦୪) : ନକଲି ସାର୍ଟିଫିକେଟ ରାକେଟର ପର୍ଦାଫାସ । ସରକାରୀ ଶିକ୍ଷକଙ୍କ ସହ ୪ ଗିରଫ । ନକଲିସାର୍ଟିଫିକେଟ ବଡ଼ ରାକେଟକୁ ପର୍ଦାଫାସ କରିଛି ବ୍ରହ୍ମପୁର ପୋଲିସ

ନିଜ ସ୍ତ୍ରୀର ନକଲି ସାର୍ଟିଫିକେଟ ଜାଣିବା ପରେ ସହରର ଜଣେ ଘରୋଇ ବିଦ୍ୟାଳୟର ଶିକ୍ଷକ ମନୋରଞ୍ଜନ ଗୌଡ଼ ଗୋଷାଣୀ ନୂଆଗାଁ ଥାନାରେ ଜାଲ ସାର୍ଟିଫିକେଟ ପ୍ରସ୍ତୁତ ହେଉଥିବା ନେଇ ଲିଖିତ ଅଭିଯୋଗ କରିଥିଲେ । ଏ ନେଇ ବ୍ରହ୍ମପୁର ପୋଲିସ ପକ୍ଷରୁ ଏକ ସ୍ୱତନ୍ତ୍ର ଟିମ ଗଠନ କରି ତଦନ୍ତ ଆରମ୍ଭ ହୋଇଥିଲା । ଘଟଣାରେ ସମ୍ପୃକ୍ତ ଥିବା ଅଭିଯୋଗରେ ଚାରି ଜଣଙ୍କୁ ଗିରଫ କରାଯାଇଛି । ଏଥିମଧ୍ୟରୁ ଜଣେ ବାପା ପୁଅ ମଧ୍ୟ ରହିଛନ୍ତି । ଗିରଫ ଅଭିଯୁକ୍ତ ମାନେ ହେଲେ ଖଲ୍ଲିକୋଟ ଥାନା ଅନ୍ତର୍ଗତ ଦୈତାରୀ ବେହେରା ଯିଏ କି ଜଣେ ଶିକ୍ଷକ ଅଛନ୍ତି । ଏହା ସହ ତାଙ୍କ ପୁଅ ଅମୃତ ପ୍ରସାଦ ବେହେରା, ଢେଙ୍କାନାଳ ଜିଲ୍ଲାର ବନମାଳୀପ୍ରସାଦ ଗାଁର ପ୍ରଶାନ୍ତ କୁମାର ସାହୁ ଏବଂ କଟକ ଜିଲ୍ଲା ମଙ୍ଗଳବାଗର କିଶୋର କୁମାର ବେହେରା । ଅଭିଯୁକ୍ତଙ୍କ ନିକଟରୁ ଓଡ଼ିଶାର ବିଭିନ୍ନ କଲେଜ ଓ ବିଶ୍ଵବିଦ୍ୟାଳୟର ନକଲିସାର୍ଟିଫିକେଟ ସହ ଆନ୍ଧ୍ରପ୍ରଦେଶ, ଛତିଶଗଡ ରାଜ୍ୟର ବିଭିନ୍ନ କଲେଜ ଓ ବୋର୍ଡର ନକଲିସାର୍ଟିଫିକେଟ ଓ ସିଲ୍, ବିପିୟୁଟିର ନକଲି ସାର୍ଟିଫିକେଟ ଓ ସିଲ ଜବତ ହୋଇଛି ।