ମାଁ ଓ ଶିଶୁ ଡାକ୍ତରଖାନା ନିର୍ମାଣ ପରେ ବେଆଇନ୍ ଭାବେ ଓଲଟା ରାସ୍ତା ନିର୍ମାଣ କାହା ସ୍ୱାର୍ଥରେ ?

0
71
ମାଁ ଓ ଶିଶୁ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର/ଟିଟଲାଗଡ, (୨୫/୦୪) : ଦାଦନ ପ୍ରବଣ ତଥା ଅନଗ୍ରସର ବଲାଙ୍ଗୀର ଜିଲ୍ଲା ରେ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ନିମନ୍ତେ ଟିଟଲାଗଡ ରେ ଏକ ମାଁ ଓ ଶିଶୁ ଡାକ୍ତରଖାନା ନିର୍ମାଣ କରାଯାଇଛି ।WhatsApp Image 2023 04 26 at 15.58.57 ମାଁ ଓ ଶିଶୁ ଡାକ୍ତରଖାନା ନିର୍ମାଣ ପରେ ବେଆଇନ୍ ଭାବେ ଓଲଟା ରାସ୍ତା ନିର୍ମାଣ କାହା ସ୍ୱାର୍ଥରେ ?

ଉକ୍ତ ଡ଼ାକ୍ତରଖାନା ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିବା ବେଳେ କେବଳ ଏକ ପାଚେରୀ ଓ ସାମାନ୍ୟ କିଛି କାର୍ଯ୍ୟ ଚାଲିଛି । ପ୍ରକାଶ ଯେ, ଏହି ମାଁ ଓ ଶିଶୁ ଡାକ୍ତରଖାନା ଖୁବ ଶୀଘ୍ର କାର୍ଯ୍ୟକାରି ହେବା ନେଇ ସରକାରୀ ଭାବେ ସମସ୍ତ ଭିତ୍ତିଭୂମି ପ୍ରସ୍ତୁତ ହୋଇ ସାରିଥିବା ବେଳେ, ଉକ୍ତ ଡାକ୍ତରଖାନା ନିମନ୍ତେ ଏକ ରାସ୍ତା ନିର୍ମାଣ ନେଇ ବର୍ତ୍ତମାନ୍ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି । ଯୋଜନା ଅନୁଯାୟୀ ସମସ୍ତ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇସାରିଥିବା ବେଳେ ସ୍ଥାନୀୟ ଜଣେ ଅଣ ଓଡ଼ିଆ ବ୍ୟବସାୟୀ ନିଜ ସ୍ୱାର୍ଥ ଦୃଷ୍ଟିରୁ ତାଙ୍କ ଜାଗାରେ ଉକ୍ତ ରାସ୍ତା ନିର୍ମାଣ କରିବା ପାଇଁ ସରକାରୀ ଓ ରାଜନୈତିକ ସ୍ତରରେ ଗୋପନୀୟ ଭାବେ ମୋଟା ଅଙ୍କ ର ଅର୍ଥ କାରବାର କରି ପୁର୍ବ ଧାର୍ଯ୍ୟ ଯୋଜନା ବଦଳେଇବା କାର୍ଯ୍ୟ ଆରମ୍ଭ ସ୍ଥିତି ସୃଷ୍ଟି ହୋଇଥିବା ବେଶ ଚର୍ଚ୍ଚା ଜୋର ଧରଛି ।

ଏହି ଡ଼ାକ୍ତରଖାନାରେ ଉକ୍ତ ରାସ୍ତା ନିର୍ମାଣ କରାଯାଏ ତେବେ ଆମ୍ବୁଲାନ୍ସ ସହ ରୋଗୀ ଓ ଜନସାଧାରଣ ଯାତାୟାତ ରେ ବ୍ୟାଘାତ ସୃଷ୍ଟି ହେବା ସାର ହେବ । ଦିଲ୍ଲୀ ରୁ ଦୌଲତାବାଗ ରାଜଧାନୀ ପରିବର୍ତ୍ତନ ଭଳି ଏହି ରାସ୍ତା ନିର୍ମାଣ କଲେ ସରକାରୀ ଅର୍ଥ ନଷ୍ଟ ବା ବରବାଦ ହେବା ସ୍ୱାଭାବିକ । ଏହି ନିର୍ମାଣ କୁ ନେଇ କାହାର କି ସ୍ୱାର୍ଥ ରହିଛି ଓ କେଉଁ ଅଧିକାରୀ ନିର୍ମାଣ ଯୋଜନା ପ୍ରସ୍ତୁତ କରିଥିଲେ ତାଙ୍କ ଅନୁମତି କ୍ରମେ ଏହି ନିର୍ମାଣ କାର୍ଯ୍ୟ ଚାଲିଛି କି ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏ ଦିଗରେ ବିଭାଗୀୟ ମୁଖ୍ୟ ସଚିବ ତୁରନ୍ତ ଦୃଷ୍ଟି ଦେଇ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି।